ଅଣଓଡ଼ିଆ ଭଜନ ଗାୟକ ଅନିଲ ବାୱରା, ୭୦୦ରୁ ଊର୍ଦ୍ଧ୍ବ ଗୀତ ଗାଇ ସାଉଁଟିଛନ୍ତି ପ୍ରଶଂସା

By

Published : Apr 10, 2023, 4:18 PM IST

thumbnail

ରାଉରକେଲା: ଜନ୍ମ ବିହାରରେ । ହେଲେ ଅଣଓଡ଼ିଆ ହୋଇ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଭଜନ ଗାଇ ସାଉଁଟିଛନ୍ତି ପ୍ରଶଂସା ।  ସାରା ଦେଶରେ ନିଜର ଭଜନକୁ ନେଇ ବହୁ ପ୍ରଶଂସିତ ହୋଇଛନ୍ତି ପ୍ରସିଦ୍ଧ ଭଜନ ଗାୟକ ଅନିଲ ବାୱରା । ଆଜିକା ଯୁଗରେ ମଧ୍ୟ ତାଙ୍କର ଗୀତ ସମସ୍ତ ଓଡ଼ିଆ ତଥା ସମସ୍ତ ଭାରତୀୟଙ୍କ ଘରେ ଘରେ ବାଜିଥାଏ । କର୍ମଭୂମି ରାଉରକେଲା ସହରରୁ ସଂଘର୍ଷ ଆରମ୍ଭ କରି ଆଜି ସେ ପାଇଛନ୍ତି ଅନେକ ସଫଳତା । ପ୍ରାୟ ୭୦୦ରୁ ଅଧିକ ଜଗନ୍ନାଥ ଏବଂ ସାଇବାବାଙ୍କ ଭଜନ ଗାଇଛନ୍ତି ସେ । ୨୦୦୦ ମସିହାରେ ବହୁ ଲୋକପ୍ରିୟ ଭଜନ ଜଗନ୍ନାଥ ଅମୃତ ବାଣୀ ଗାଇ ସେ ଲୋକଲୋଚନକୁ ଆସିଥିଲେ । ଆଜି ନିଜ ଜୀବନର କିଛି ଅନୁଭୂତିକୁ ସେ ‘ଇଟିଭି ଭାରତ’ ସହିତ ସେୟାର କରିଛନ୍ତି ।  

ନିଜ ଗାୟକ ଜୀବନରେ ବହୁ ସଂଘର୍ଷ ପରେ ପ୍ରଥମ କରି T ସିରିଜ କମ୍ପାନୀରେ ସାଇବାବାଙ୍କ ପାଇଁ ହିନ୍ଦୀ ଭଜନ ଗାଇଥିଲେ ଅନୀଲ। ଛୋଟ ବେଳୁ ଗୀତ ଗାଇବା ପାଇଁ ଆକର୍ଷିତ ହୋଇଥିଲେ ଅନୀଲ ଏବଂ ଗୀତ ପାଲଟିଥିଲା ତାଙ୍କର ପ୍ରଥମ ପ୍ରେମ । ଭେଟେରାନ ସିଙ୍ଗର ମହମ୍ମଦ ରଫିଙ୍କୁ ନିଜର ଆଇଡଲ ଭାବରେ ମାନନ୍ତି ସେ । ପ୍ରଥମ ଗୀତ "ଜିସକେ ନାଥ ସାଇ ନାଥ ୱ ଅନାଥ କେସେ ହୋଗା" ଆଣିଦେଇଥିଲା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଏବଂ ଏହାପରେ ସେ ସାଇବାବାଙ୍କ ପାଇଁ ଏକ ମନ୍ତ୍ର ବନାଇଥିଲେ ଯାହା ସମସ୍ତେ ଥରେ ବା ଦୁଇଥର ନୁହେଁ ବରଂ ବହୁବାର ଶୁଣିଥିବେ ତାହା ମଧ୍ୟ T ସିରିଜ ଦ୍ବାରା ପ୍ରଯୋଜିତ ହୋଇଥିଲା ।  ସେ ମନ୍ତ୍ରଟି ହେଉଛି "ଓଁ ସାଇ ନମୋ ନମଃ ଶ୍ରୀ ସାଇ ନମୋ ନମଃ ଜୟ ଜୟ ସାଇ ନମୋ ନମଃ" ଏହି ଗୀତ ତାଙ୍କୁ ସାରା ଭାରତ ବର୍ଷରେ ଆଣିଦେଇଥିଲା ଏକ ସ୍ବତନ୍ତ୍ର ପରିଚୟ ।

ସେ ବହୁ ଓଡ଼ିଆ ଭଜନ ମଧ୍ୟ ଗାଇଛନ୍ତି ।  ସେଗୁଡ଼ିକ ହେଲା "ଜୟ ବଜରଙ୍ଗ ବଳୀ", "ସିନ୍ଦୁରେ ସିନ୍ଦୁରେ ନାଲି"," ଓଁ ଜଗନ୍ନାଥ ନମୋ ନମଃ", "ଖଇ କଉଡ଼ି ବିଞ୍ଚି ବିଞ୍ଚି", "ତୁ କରୁଣା ମୟୀ ମା' ତାରିଣୀ"  ।  ଅନିଲଙ୍କ ଓଡ଼ିଆ ଆଧୁନିକ ଗୀତ ମଧ୍ୟରେ ରହିଛି "ପହିଲି କିରଣ", " ବାଜୀଵ ଲୋ ସାହାନାଇ" ଆଦି । ତେବେ ବର୍ତ୍ତମାନ ଯାଏଁ ୭୦୦ରୁ ଊର୍ଦ୍ଧ୍ବ ଭଜନ ଗାଇଛନ୍ତି ଅନୀଲ। ବହୁ ଆଧୁନିକ ଗୀତକୁ ରିମିକ୍ସ କରି ମଧ୍ୟ ଗୀତକୁ ନୂଆ ରୂପ ଦେଉଛନ୍ତି । ତାଙ୍କ ଜୀବନର ସଂଘର୍ଷକୁ ସେ ଆମ ସହ ସେୟାର କରିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.