ଷ୍ଟିଲସିଟିରେ ମା' ଦୁର୍ଗାଙ୍କ ବିଜୟା ଦଶମୀ ପୂଜା

By ETV Bharat Odisha Team

Published : Oct 24, 2023, 6:56 PM IST

thumbnail

ରାଉରକେଲା: ଧୁମଧାମରେ ଚାଲିଛି ମା' ଦୁର୍ଗାଙ୍କ ବିଜୟା ଦଶମୀ ପୂଜା । ଷ୍ଟିଲ ସିଟି ରାଉରକେଲାରେ ଆଜି ମା' ଦୁର୍ଗାଙ୍କ ଶେଷ ପୂଜା ଅନୁଷ୍ଠିତ ହେଉଛି । ଆଜିର ପୂଜା ପରେ ମା' ଯୋଗମାୟା ଧରାପୃଷ୍ଠରୁ ବିଦାୟ ନେବେ । ଚଳିତ ବର୍ଷର ଶଷଥର ପାଇଁ ମା'ଙ୍କୁ ଦର୍ଶନ କରିବା ପାଇଁ ସହରର ସମମ୍ତ ମଣ୍ଡପରେ ଭକ୍ତମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି ।  

ରାଉରକେଲା ସହରରେ ଆଜି ପ୍ରଥମେ ସକଳ ଦେବୀ ସ୍ନାନ ଓ ପଞ୍ଚାମୃତ ସ୍ନାନ କରାଯାଇଛି ।  ଉପଚାର ପୂଜା କରାଯାଇଥିବା ବେଳେ ମା'ଙ୍କ  ଅପରାଜିତା ପୂଜା କରାଯିବ । ବିଜୟା ଦଶମୀରେ ଦେବୀ ଦୁର୍ଗାଙ୍କ ଘଟ ବିସର୍ଜନ ହେଉଛି ଅନ୍ୟତମ ଉଲ୍ଲେଖନୀୟ ପ୍ରଥା ।  ଆଜି ଧୁମଧାମରେ ସମସ୍ତ ଘାଟରେ ବହୁ ସଙ୍ଖ୍ୟାରେ ଶ୍ରଦ୍ଧାଳୁମାନେ ମା'ଙ୍କ ଘଟ ବିସର୍ଜନ କରିବେ ।  ଆସନ୍ତାକାଲି ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ନଦୀରେ ବିସର୍ଜନ କରି ଦେବୀଙ୍କୁ ବିଦାୟ ଦେବେ । ସେପଟେ ମା'ଙ୍କ ଭଷାଣି କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ରାଉରକେଲା ସହରରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ.......ରାଉରକେଲାରେ ଧୁମଧାମରେ ଚାଲିଛି ମାଆଙ୍କ ପୂଜା, ମନ ମୋହୁଛି ସାଜସଜ୍ଜା

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.