ଚାଲିଛି ମାଆଙ୍କ ଷଷ୍ଠୀ ପୂଜା, ସଜେଇ ହୋଇଛି ରାଜଧାନୀ

By

Published : Oct 1, 2022, 5:35 PM IST

Updated : Feb 3, 2023, 8:28 PM IST

thumbnail

ଜଗତ ଜନନୀ ମା' ଦୁର୍ଗାଙ୍କ ଆଗମନକୁ ନେଇ ଉତ୍ସବମୁଖର ସାରା ରାଜ୍ୟ । ଆଜି ଶକ୍ତିପୀଠ ଗୁଡିକରେ ସପ୍ତମୀ ପୂଜା ହେଉଥିବାବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି । ମା'ଙ୍କ ଆହାବନ ପାଇଁ ସଜେଇ ହେଲାଣି ସୁଉଚ୍ଚ ତୋରଣ ସହ ଆଖି ଝଲସିଲା ପରି ମେଢ । ଆଜି ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯାଇ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ତେଣୁ ପୂଜାର ପ୍ରସ୍ତୁତିରେ ବିଭୋର ରାଜଧାନୀର ପୂଜାମଣ୍ଡପ । ସମସ୍ତଙ୍କ ଭିତରେ ଖୁସି ଓ ଆବେଗ ଭରା ନୟନରେ ମା'କୁ ଅପେକ୍ଷା । ରବିବାର ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ସୋମବାର ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବ । ଦୀର୍ଘ ୨ ବର୍ଷ ପରେ କଟକଣା ମୁକ୍ତ ପୂଜା ହେଉଥିବାରୁ ମା'ଙ୍କୁ ଦର୍ଶନ କରି ଉତ୍ସାହିତ ଭକ୍ତ ।

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.