ମଣିକାଗୋଡା ଦେଉଛି ଭାଇଚାରାର ବାର୍ତ୍ତା: ମୁସଲମାନ ସାଜୁଛନ୍ତି ଦୁର୍ଗାଙ୍କ ଅପରାଜିତା ହୋମର କର୍ତ୍ତା

By ETV Bharat Odisha Team

Published : Oct 22, 2023, 3:18 PM IST

thumbnail

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ମାଣିକାଗୋଡା ଗ୍ରାମରେ ହେଉଥିବା ଶାରଦୀୟ ଦଶହରା ପୂଜାର ସ୍ୱତନ୍ତ୍ରତା ରହିଛି । ଏଠାରେ ମା’ ମହିଷାମର୍ଦ୍ଦିନୀଙ୍କ ପୂଜାରେ କର୍ତ୍ତା ମୁସଲମାନ ଦଳବେହେରା ସାଜିଥିବା ବେଳେ ଅପରାଜିତା ହୋମଯଜ୍ଞ ପୁରୋହିତ ବ୍ରାହ୍ମଣ କରିବା ପରମ୍ପରା କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇଯାଇଛି । ରାଜ୍ୟର ଅନେକ ସ୍ଥାନରେ ପର୍ବ ପର୍ବାଣୀ ସମୟରେ ସାମ୍ପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳୁଥିବା ବେଳେ ଏଠାରେ କିନ୍ତୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନିଜ ନିଜ ମଧ୍ୟରେ ସଦଭାବନା ଓ ଭାଇଚାରା ମଧ୍ୟରେ ବ୍ରିଟିଶ ଅମଳରୁ ପୂଜା କରିଆସୁଛନ୍ତି । 

ଏହାମଧ୍ୟ ପଢନ୍ତୁ..ଆଜି ମହାମାୟାଙ୍କ ମହାଷ୍ଟମୀ: ସନ୍ଧି ପୂଜାର ବିଶେଷତ୍ୱ କଣ ? କାହିଁକି ମାଙ୍କ ପାଖରେ କୁଷ୍ମାଣ୍ଡ ବଳି ପକାଯାଏ ?

ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାର ବୀର ପାଇକଙ୍କ ଇଷ୍ଟ ଦେବୀ ଭାବେ ଜଗତ ଖ୍ୟାତ ମାଆ ବରୁଣେଇ ଓ କରୁଣେଇଙ୍କ ପୀଠରେ ମାଙ୍କ ନବରାତ୍ର ପୂଜା ବିଧିପୂର୍ବକ କରାଯାଉଛି । ମୂଳାଷ୍ଟମୀ ଠାରୁ ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ବିଧିପୂର୍ବକ ସ୍ଥାପନ କରାଯାଇ ଆବାହନ କରାଯାଉଛି । ମା ବରୁଣେଇ ଓ କରୁଣେଇଙ୍କ ନିକଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଆସି ନବରାତ୍ରରେ ସ୍ୱତନ୍ତ୍ର ପୂଜା କରିଥାନ୍ତି । ମାଙ୍କ ଅତିପ୍ରିୟ କ୍ଷୀରି ଏବଂ ଏଣ୍ଡୁରି ପିଠା ମାଙ୍କୁ ଭୋଗ ଲାଗି କରାଯାଉଛି । ଆଜି ମା’ଙ୍କ ମହାନବମୀ ବିଧି ପାଳନ କରାଯାଉଥିବା ବେଳେ ଆସନ୍ତାକାଲି ବିଶ୍ରାମ ଓ 24 ତାରିଖରେ ଦଶହରା ପାଳନ ହେବ ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.