ବଲାଙ୍ଗୀରରେ ଜମୁଛି ଦୁର୍ଗା ପୂଜା, ମା'ଙ୍କ ଆର୍ଶୀବାଦ ନେଲେ ନେତା ମନ୍ତ୍ରୀ

By ETV Bharat Odisha Team

Published : Oct 23, 2023, 10:28 AM IST

thumbnail

ବଲାଙ୍ଗୀର: ଶାରଦୀୟ ଦୁର୍ଗା ପୂଜାକୁ ନେଇ ଚଳଚଞ୍ଜଳ ପୁର ପଲ୍ଲୀ । ମା' ସବୁ ଦୁର୍ଗା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ ଜମୁଛି । ଲୋକଙ୍କ ସହ ନେତାମନ୍ତ୍ରୀ ମଧ୍ୟ ମା'ଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି । ସାଧାରଣ ଲୋକଙ୍କ ସହ ମିଶିବା ସହିତ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ବଲାଙ୍ଗୀର ସହର ଶାରଦୀୟ ଦୁର୍ଗା ପୂଜାରେ ଚଳଚଞ୍ଚଳ ହୋଇଛି । ସୁନ୍ଦର ତୋରଣରେ ଆଖି ଝଲସିବା ଭଳି ଲାଇଟ ସାଜସଜାରେ ସାରା ସହର ଝଲସି ଉଠିଛି । ଏଥର ବଲଙ୍ଗୀର ସହର ମଧ୍ୟରେ 26ଟି କମିଟି ପକ୍ଷରୁ ସୁନ୍ଦର ପଣ୍ଡାଲ କରାଯାଇ ମା' ଦୁର୍ଗାଙ୍କ ପୂଜା ହେଉଛି । ପାଞ୍ଚଟି ମଣ୍ଡପରେ ମା'ଙ୍କ ନବାଦୀନାତ୍ମକ ପୂଜା ଚାଲିଛି । ବଲାଙ୍ଗୀର ନେତାମାନେ ମଣ୍ଡପରେ ମାଙ୍କ ଦର୍ଶନ କରିବା ସହ ଲୋକଙ୍କ ସହ ମିଶି ଛନ୍ତି । ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି ।  ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ନେତା ନରସିଂହ ମିଶ୍ର ସବୁ ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କରିଛନ୍ତି । ଏଥର ଚାଷ ଭଲ ହୋଇଛି ଓ ଚାଷୀ ମନରେ ମଧ୍ୟ ଉତ୍ସାହ ଥିବା ଯୋଗୁଁ ସେମାନେ ମଧ୍ୟ ଅତି ଉତ୍ସାହର ସହ ମା'ଙ୍କ ପର୍ବ ପାଳୁଥିବାର କହିଛନ୍ତି ବିଧାୟକ ନରସିଂହ ମିଶ୍ର ।  

ସମାନ ଭାବରେ ବିଜେଡି ନେତା ତଥା ପୂର୍ବତନ୍ ସାଂସଦ ଓ ବର୍ତ୍ତମାନ ଓଡିଶା ହାଉସିଙ୍ଗ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହ ଦେଓ ତାଙ୍କ ପରିବାର ସହ ସବୁ ପୁଜା ମଣ୍ଡପ ବୁଲିଛନ୍ତି । ଏହି ଅବସରରେ ସବୁଠି ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଥିବାର କହିଛନ୍ତି । ସବୁଠି ଶାନ୍ତି ଶୃଙ୍ଖଳା ସହ ମା'ଙ୍କ ପୂଜା ଚାଲିଥିବା କହିଛନ୍ତି । 

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.