ଘାଣ୍ଟ ତରକାରୀ ହାଣ୍ଡିରେ ପଡିଗଲେ ମଦ୍ୟପ ଯୁବକ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

By

Published : May 9, 2023, 6:12 PM IST

thumbnail

ଖୋର୍ଦ୍ଧା: ମଦ ହେଲା କାଳ । ମଦ ପିଇ ମାତାଲ ଅବସ୍ଥାରେ ଖନ୍ଦା ଶାଳରେ ପଶି ଗରମ ଘାଣ୍ଟ ତରକାରୀ ହାଣ୍ଡିରେ ପଡି ଯୁବକ ଗୁରୁତର ।  ଏନେଇ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ  ଅବସ୍ଥା ଆହୁରି ଅଧିକ ସଂକଟାପନ୍ନ ହେବାରୁ ଭୁବନେଶ୍ବର ଏମସ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁରୁତର ଯୁବକର ନାମ ପ୍ରତାପ ମହାପାତ୍ର ଘର ଟାଙ୍ଗୀ ଥାନା ହରିପୁର ଗ୍ରାମରେ ବୋଲି ଜଣାପଡିଛି। ହରିପୁର ଗ୍ରାମରେ ଅନୁଷ୍ଠିତ ହେଉଥିବା ଏକ ପାରିବାରିକ କାର୍ଯ୍ୟକ୍ରମରେ ନିଜ ସାଙ୍ଗ ଠାରୁ ନିମନ୍ତ୍ରଣ ପାଇ ଯୋଗଦେବାକୁ ପ୍ରତାପ ଯାଇଥିଲେ । ସେହି କାର୍ଯ୍ୟକ୍ରମରେ ଗାଁର ୫୦୦ ରୁ ଅଧିକ ଲୋକ ମାନଙ୍କ ନିମନ୍ତେ ଖାଇବା ପାଇଁ ବିଭିନ୍ନ ବ୍ୟଞ୍ଜନ ରନ୍ଧା ଯାଉଥିଲା । ଯାହାର ଦାୟିତ୍ବ ନେଇଥିଲେ ପ୍ରତାପର ଦାଦା । ତେଣୁ ପ୍ରତାପ ରୋଷେଇ ଶାଳ କୁ ଯାଇ ବିଭିନ୍ନ ବ୍ୟଞ୍ଜନ  ରୋଷେଇ ସରିଲାଣି କି ନାହିଁ ପରଖୁ ଥିଲା । ଏନେଇ ଚୁଲିରେ ବସିଥିବା ଆମିଷ ଘାଣ୍ଟ ତରକାରୀ ପ୍ରତାପ ପରଖୁ ଥିବା ବେଳେ ମଦ ନିଶା ଯୋଗୁଁ ଭାରସାମ୍ୟ ହରାଇ ତରକାରୀ ହଣ୍ଡା ଭିତରେ ପଡି ଯାଇଥିଲା । ପ୍ରତାପର ଏଭଳି ଅବସ୍ଥା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ପ୍ରତାପକୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ପ୍ରତାପର ଅବସ୍ଥା ଆହୁରି ସକଟାପନ୍ନ ହେବାରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ବର ଏମସ୍ କୁ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.