ରାତି ଅଧରେ ଚାଲିଛି ହକ ପାଇଁ ଲଢେଇ, ୧୦ ଦଫା ଦାବି ନେଇ ବିକ୍ଷୋଭ

By

Published : Mar 16, 2023, 7:24 AM IST

thumbnail

ଭବାନୀପାଟଣା: ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପି ଷ୍ଟିୟରିଂ ଛାଡ଼ ଡାକରା ଦେଇଛି ଓଡିଶା ଡ୍ରାଇଭର ଏକତା ମହାମଞ୍ଚ । ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟକାଳ ଯାଏଁ ଜାରି ରହିବ ଏହି ଆନ୍ଦୋଳନ । ତେବେ ଆନ୍ଦୋଳନର ପ୍ରଥମ ଦିନରେ କଳାହାଣ୍ଡି ଜିଲ୍ଲାରେ ଆନ୍ଦୋଳନ ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ଦିନ ତମାମ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା ବେଳେ ରାତି ଅଧରେ ମଧ୍ୟ ଜାରି ରହିଥିଲା ଡ୍ରାଇଭର ସଂଘର ଆନ୍ଦୋଳନ । 

ଜିଲ୍ଲାର ୧୩ ଗୋଟି ବ୍ଲକରେ ଡ୍ରାଇଭର ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ ହୋଇଛି । ଜାତୀୟ ରାଜପଥ ୨୬ ଓ ରାଜ୍ୟ ରାଜପଥ ୫୯ର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନକାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜିଲ୍ଲାର ମାଣିଙ୍ଗ ପଦର ଛକରେ ଠାରେ ଡ୍ରାଇଭର ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ ଏହି ଆନ୍ଦୋଳନରୁ ସମସ୍ତ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ଏଥିସହ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ଛକ ଓ ରାସ୍ତାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।  

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.