ଗୁଣ୍ଡିଚା ମନ୍ଦିରରେ ଲାଗିଲା ୩ ରଥ: ନନ୍ଦିଘୋଷକୁ ଟାଣି ନେଲେ ହଜାର ହଜାର ଶ୍ରଦ୍ଧାଳୁ

By

Published : Jun 21, 2023, 11:37 AM IST

thumbnail

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପୁଣି ଆରମ୍ଭ ହୋଇଛି ରଥଟଣା । ଘର୍ଘର ନାଦରେ ଗଡିଲା ନନ୍ଦିଘୋଷ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳର ରଥକୁ ଟାଣି ନେଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ  । ବର୍ତ୍ତମାନ ରଥ ତ୍ରୟ ଗୁଣ୍ଡିଚା ମନ୍ଦିରରେ ଲାଗିଛନ୍ତି । ଗତକାଲି ବଡଠାକୁର ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚିଥିବା ବେଳେ ବାଟରେ ନନ୍ଦିଘୋଷ ଓ ଦର୍ପଦଳନ ରଥ ଅଟକି ରହିଥିଲା । ରଥଟଣାରେ ବିଳମ୍ବ ଯୋଗୁଁ କାଲି ବଡଶଙ୍ଖରେ ସୁଭଦ୍ରାଙ୍କ ରଥ ଅଟକି ଥିବାବେଳେ ମାଉସୀମା ଛକରେ ଅଟକି ରହିଥିଲେ ମହାପ୍ରଭୁ । ଆଜି ପୁଣିଥରେ କାଳିଆ ସାଆନ୍ତେ ରଥ ଟାଣିବାର ସୌଭାଗ୍ୟ ପାଇଛନ୍ତି ଶ୍ରଦ୍ଧାଳୁ । ହଜାର ହଜାର ଶ୍ରଦ୍ଧାଳୁ ନନ୍ଦିଘୋଷକୁ ଗୁଣ୍ଡିଚା ମନ୍ଦିର ଯାଏ ଟାଣି ନେଇଛନ୍ତି । ଭକ୍ତମୟ ହୋଇଛି ଶରଧାବାଲି । ଶ୍ରୀକ୍ଷେତ୍ରରେ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି ।  

ତିନି ଠାକୁର ଶରଧାବାଲିରେ ପହଞ୍ଚିଛନ୍ତି । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଆଖି । ରଥ ଉପରେ ଚକାନୟନ ସହ ନୟନ ମିଶାଇ ଭାବବିହ୍ବଳ ହୋଇପଡୁଛନ୍ତି ଭକ୍ତ । କେବଳ ରାଜ୍ୟ ନୁହେଁ ବାହାର ରାଜ୍ୟରୁ ଆଜି ମଧ୍ୟ ଅନେକ ଶ୍ରଦ୍ଧାଳୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି । ଆସନ୍ତାକାଲି (ଗୁରୁବାର) ଆଡପମଣ୍ଡପ ବିଜେ କରିବେ ମହାପ୍ରଭୁ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.