କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ, ଘର ପଛପଟୁ ୫ ଫୁଟିଆ କୁମ୍ଭୀର ଉଦ୍ଧାର

By ETV Bharat Odisha Team

Published : Oct 19, 2023, 8:50 AM IST

thumbnail

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ । ଘର ପଛପଟ ପୋଖରୀରୁ ଉଦ୍ଧାର ହେଲା ମାଈ କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁରୁ ଏକ ମାଈ କୁମ୍ଭୀର  ଉଦ୍ଧାର ହୋଇଛି । ତେବେ ଗତକାଲି  ସୁମିତ୍ରା ରାଉତ ନାମକ ବ୍ୟକ୍ତିଙ୍କ ଘର ପଛପଟରେ ଥିବା ପୋଖରୀରେ ଏକ କୁମ୍ଭୀରକୁ ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏନେଇ  ସଙ୍ଗେସଙ୍ଗେ ରାଜନଗର ବନବିଭାଗକୁ ଖବର ଦେଇଥିଲେ । ଏନେଇ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ପୋଖରୀର ଚତୁଃପାର୍ଶ୍ଵରେ ଜାଲ ବସାଇ ଦୀର୍ଘ ସମୟ ପରେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । ପରେ ଉଦ୍ଧାର କୁମ୍ଭୀରଟି ମାଈ କୁମ୍ଭୀର ଓ ଏହାର ଲମ୍ବ ୫ ଫୁଟ ୩ ଇଞ୍ଚ ବୋଲି ବନବିଭାଗ ସୂଚନା ଦେଇଥିଲା । ଏଥିସହ ଭିତରକନିକା ନଦୀରେ ଏହାକୁ ଛାଡ଼ିଥିବା ସୂଚନା ଦେଇଛନ୍ତି ରେଞ୍ଜ୍‌ ଅଫିସର ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.