ସାଂସଦ ନିଲମ୍ବନ ଘଟଣା: ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

By ETV Bharat Odisha Team

Published : Dec 22, 2023, 10:30 PM IST

thumbnail

ନବରଙ୍ଗପୁର: ଲୋକସଭାରୁ ମୋଟ ୧୦୦ ସାଂସଦ  ଓ ଚଳିତ ଶୀତ ଅଧିବେଶନରେ ରାଜ୍ୟସଭାରୁ ୪୬ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଯାହାକୁ ନେଇ ଦେଶ ବ୍ୟାପୀ ଏହାକୁ ବିରୋଧ କରୁଛି କଂଗ୍ରେସ । ୧୪୬ ଜଣ ବିରୋଧୀ ସାଂସଦ ସସପେଣ୍ଡ ଘଟଣାକୁ ନେଇ ବଢ଼ୁଛି ପ୍ରତିବାଦ । ତେବେ ଏହି ଘଟଣାକୁ ବିରୋଧ କରି ଆଜି ଜିଲ୍ଲା କଂଗ୍ରେସ କମିଟି ତରଫରୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏହି ଭଳି କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହାସହ  ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛି ।  

ସେପେଟେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାୟକଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଥିଲା ଜିଲ୍ଲା କଂଗ୍ରେସ । ଉକ୍ତ ସ୍ମାରକପତ୍ର ଦେଶର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ସ୍ମାରକପତ୍ର ପ୍ରଦାନ ସମୟରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ, AICC ସଦସ୍ୟ ମନିଷା ତ୍ରିପାଠୀ, ଚନ୍ଦ୍ରଧଜ ମାଝୀ, ରାଜେଶ ଜାନୀ, ଦିବାକର ପୂଜାରୀ, ଦିଲିପ ପ୍ରଧାନୀ ଓ ପ୍ରଦୀପ ସାହୁ ପ୍ରମୁଖ ନେତା ଯୋଗ ଦେଇଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.