ବିରୋଧୀ ଦଳ ସାଂସଦଙ୍କୁ ନିଲମ୍ବନ ଘଟଣା, କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲା କଂଗ୍ରେସ

By ETV Bharat Odisha Team

Published : Dec 22, 2023, 7:18 PM IST

thumbnail

ରାଉରକେଲା: ରାଉରକେଲା କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବ୍ୟାପକ ବିରୋଧ । କେନ୍ଦ୍ର ସରକାରଙ୍କ ଏକ ଛାତ୍ରବାଦୀ ଶାସନ କରୁଥିବା ନେଇ ଅଭିଯୋଗ କରିଛି କଂଗ୍ରେସ । ଗଣତନ୍ତ୍ରକୁ ଦିବଲୋକରେ ହତ୍ୟା କରି ବିଜେପି ସରକାର ରାଜନୀତି କରୁଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ । ରାଉରକେଲା କଂଗ୍ରେସ ପକ୍ଷରୁ 146 ବିରୋଧୀ ଦଳ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି ରାଉରକେଲା ଏଡିଏମ୍ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାୟାଇଛି ।  

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦେଶରେ ଗଣତନ୍ତ୍ରର ସ୍ଥିତିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସଂସଦରେ ସୁରକ୍ଷା ବ୍ୟବସ୍ଥା ଅବହେଳାକୁ ନେଇ ଏହି ଘଟଣା ହୋଇଛି । ସୁରକ୍ଷା ଅବହେଳା ଯୋଗୁଁ ବାଦ ବିବାଦ ଲାଗି ରହିଥିଲା । ତେବେ ଏହାକୁ ନେଇ ମୋଟ 146 ଜଣ MPଙ୍କୁ ସସପେଣ୍ଡ କରାଯାଇଛି । ଅନେକଙ୍କ ଯୁକ୍ତି ହେଉଛି ଯେ, ଏଭଳି ପଦକ୍ଷେପ ଗଣତାନ୍ତ୍ରିକ ସ୍ବରକୁ ଚାପି ଦେଉଛି ଏବଂ ସଂସଦରେ ସୁସ୍ଥ ବିତର୍କ ଓ ବକ୍ତବ୍ୟର ଭାବନାକୁ ବାଧା ଦେଉଛି । ନିଲମ୍ବିତ 146 MP ସଦସ୍ୟଙ୍କ ମଧ୍ୟରୁ ଉଲ୍ଲେଖଯୋଗ୍ୟ ଲୋକସଭାର 100 ଜଣ ସଦସ୍ୟ ନିଲମ୍ବନର ସମ୍ମୁଖୀନ ହୋଇଛନ୍ତି । ସେହିପରି ରାଜ୍ୟସଭାର 46 ଜଣ ସଦସ୍ୟଙ୍କୁ ଶୀତକାଳୀନ ଅଧିବେଶନରେ ଯୋଗ ଦେବାକୁ ବାରଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଆଉ ୩ ସାଂସଦ ନିଲମ୍ବିତ, ଲୋକସଭା ସାଇନ୍ ଡାଏ

ରାଉରକେଲା କଂଗ୍ରେସ  ପକ୍ଷରୁ ଏହାକୁ ' ଗଣତନ୍ତ୍ରର ହତ୍ୟା' ବୋଲି କୁହାଯାଇଛି । ଦଳୀୟ ନେତା ଏବଂ ବିକ୍ଷୋଭକାରୀମାନେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଲୋଚନା ବଦଳରେ କାହିଁକି ବିଜେପି ସରକାର ଏଭଳି ନିଜର ମନାମାନ କରିଛି ତାହା ନେଇ ପ୍ରଶ୍ନ ଉଠାଇଛନ୍ତି  । ତେବେ କଂଗ୍ରେସ ଏହା ମଧ୍ୟ ଅଭିଯୋଗ କରିଛି ଯେ, ଉଲ୍ଲେଖନୀୟ ସଂଖ୍ୟାରେ ସାଂସଦଙ୍କ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଚଳିତ ଅଧିବେଶନର କାର୍ଯ୍ୟକାରିତା ଓ ସମାବେଶନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଶର ବିଭିନ୍ନ ସ୍ଥାନରେ ଏହି ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ନିଲମ୍ବିତ MP କୁ ପୁନଃ କାର୍ଯ୍ୟରେ ଯୋଗ ଦେବା ପାଇଁ ଆହ୍ୱାନ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.