Koraput Congress Crisis: ତାରା କହିଲେ ସମ୍ମାନ ପ୍ରତି ଆଞ୍ଚ ଆସିଲେ ବରଦାସ୍ତ କରାଯିବନି

By

Published : Jun 2, 2023, 4:54 PM IST

thumbnail

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଚିନ୍ତା ବଢ଼ାଉଛି କୋରାପୁଟ କନ୍ଦଳ । ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ସାଂସଦ ସପ୍ତଗିରି ଉଲାକାଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ହେଉଛି । ଉଭୟଙ୍କ ସମର୍ଥକ ଆସି କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ଭେଟି ଉଭୟଙ୍କ ବିରୋଧରେ ଫେରାଦ ହେବା ପରେ କଳି ଏବେ ଚରମ ସୀମାରେ । ଆଗକୁ ଆସୁଛି ସାଧାରଣ ନିର୍ବାଚନ । ପ୍ରମୁଖ ଦଳ ଭାବେ ବିଜେଡି ଓ ବିଜେପି କ୍ଷମତା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ହେଲେ କଂଗ୍ରେସର ପିଛା ଛାଡୁନି ଗୋଷ୍ଠୀ କନ୍ଦଳ, ତାହା ପୁଣି କଂଗ୍ରେସର ଗଡ କୁହାଯାଉଥିବା କୋରାପୁଟରେ ।

କଂଗ୍ରେସରେ କୋରାପୁଟ ଜିଲ୍ଲା ସଭାପତି ପଦକୁ ନେଇ ଉଠିଛି ଝଡ଼ । ଦୀର୍ଘ ବର୍ଷ ଧରି ଏହି ଦଳୀୟ ପଦବୀରେ ଅଛନ୍ତି ବିଧାୟକ ତାରାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି । ଏବେ ପିସିସିର ନୂଆ କମିଟିରେ ମିନାକ୍ଷୀ ହେଉଛନ୍ତି ସାଧାରଣ ସମ୍ପାଦକ । ଜିଲ୍ଲାରୁ ରାଜ୍ୟ ନେତୃତ୍ବ ଦାୟିତ୍ଵକୁ ଆସିବା ପରେ ମିନାକ୍ଷୀ ଜିଲ୍ଲା ସଭାପତି ପଦ ହରାଇବା ଏକ ପ୍ରକାର ନିଶ୍ଚିତ । ଯାହାକୁ ନେଇ ଗତ ରବିବାର ଦିନ ତାରା ନିଜ ପତ୍ନୀଙ୍କ ପାଇଁ ଲବି କରିଥିଲେ କଂଗ୍ରେସ ଭବନରେ । ଶତାଧିକ ଦଳୀୟ କର୍ମୀ ଓ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ପିସିସି ସଭାପତିଙ୍କୁ ଭେଟିଥିଲେ ତାରା । କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ଭେଟି ପୁର୍ନବାର ମିନାକ୍ଷୀଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ କରିବାକୁ ସେମାନେ ଦାବି କରିଥିଲେ । ଏହାର ଦୁଇଦିନ ପରେ ରାଜ୍ୟ କଂଗ୍ରେସର ଏକ ମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ସମର୍ଥକ ମୀନାକ୍ଷୀ ଏବଂ ତାରାଙ୍କ ବିରୋଧରେ କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ଫେରାଦ ହୋଇଥିଲେ । ତମାମ ବିବାଦ ବିଷୟରେ ତାରା ବାହିନୀପତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସଞ୍ଜୀବ ରାୟ । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.