ସମ୍ଭାବ୍ୟ ବାତ୍ୟା ପାଇଁ ସିଏମସି ପ୍ରସ୍ତୁତ ଅଛି କହିଲେ ନିଖିଲ ପବନ କଲ୍ୟାଣ

By

Published : May 3, 2023, 8:27 PM IST

Updated : May 3, 2023, 8:46 PM IST

thumbnail

କଟକ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ତତ୍ପର କଟକ ମହାନଗର ନିଗମ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ସିଏମସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି,"ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ଜଳ ଯୋଗାଣ, ଖାଦ୍ୟ, ବିଦ୍ୟୁତ ବିଭାଗକୁ ହାଇ ଆଲର୍ଟରେ ରଖାଯାଇଛି । ଏହାଛଡା ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରିବା ପାଇଁ ବାତ୍ୟା ଆଶ୍ରୟ ସ୍ଥଳ ମଧ୍ୟ ପ୍ରସ୍ତୁତି ରହିଛି । ସିଏମସିରେ 24 ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ରଖାଯାଇଛି । ଯାହା ବାତ୍ୟା ସମୟରେ ବେଶ୍‌ ସହାୟକ ହେବ । ତେବେ ଲଘୁଚାପଜନିତ ବର୍ଷା ଆରମ୍ଭ ହେଲେ କଟକରେ ଜଳବନ୍ଦୀ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଛି । ତେଣୁ ତଳିଆ ଅଞ୍ଚଳଗୁଡିକରେ ପମ୍ପ ମୁତୟନ ହେବା ସହ ବିଭାଗୀୟ ଅଧିକାରୀମାନେ ମଧ୍ୟ ନଜର ରଖିବେ ।" ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ସହ କମ୍‌ରୁ କମ୍‌ କ୍ଷତି ଯେଭଳି ହେବ ତାହାକୁ ନେଇ ପ୍ରସ୍ତୁତି ଜାରି ରହିଛି । 

ଇଟିଭି ଭାରତ, କଟକ

Last Updated : May 3, 2023, 8:46 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.