ଯାଜପୁରରେ ୭୩ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

By

Published : May 9, 2023, 10:35 AM IST

thumbnail

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌର ପରିଷଦରେ ନିର୍ମାଣ ହେଇଥିବା 73ଟି ରୂପାନ୍ତରିତ ସ୍କୁଲକୁ ଭିସି ଜରିଆରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ପ୍ରଶାସନ ପକ୍ଷରୁ ଦାନଗଦି ବ୍ଲକ ରାଣୀପଡା ପଞ୍ଚାୟତ ଅନ୍ତର୍ଗତ ନନ୍ଦକିଶୋରପୁରସ୍ଥିତ ବନଦୁର୍ଗା ହାଇସ୍କୁଲରେ ଲୋକର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ବରୀ ବିଧାୟକ ସୁନନ୍ଦା ଦାସ ଓ କୋରେଇ ବିଧାୟକ ଅଶୋକ କୁମାର ବଳ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ସମାଜରେ ଶିକ୍ଷାର ବିକାଶ ପାଇଁ ସ୍କୁଲର ବିକାଶ କରିବା ନିତାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ନିଜର ବକ୍ତବ୍ୟରେ କହିଥିଲେ ।  

ଏହି ଅବସରରେ ସ୍କୁଲର ବିକାଶ ପାଇଁ ଦିନରାତି  କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ 5T ସ୍କୁଲର ଭିତ୍ତିଭୂମି ଉପରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକପ୍ରତିନିଧି ଓ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ ।  ଆଇନା ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ନେତୃତ୍ବରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.