CPWD ଅଧିକାରୀଙ୍କୁ ଲାଞ୍ଚ ଦେବା ମାମଲା, ବ୍ୟବସାୟୀଙ୍କ ଘରେ ସିବିଆଇ ଚଢ଼ାଉ

By ETV Bharat Odisha Team

Published : Dec 3, 2023, 10:28 PM IST

thumbnail

ସମ୍ବଲପୁର: ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ମୋଦିପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ଭୁବନେଶ୍ୱର ସିବିଆଇ ଟିମର ଚଢ଼ାଉ ।  ବ୍ୟବସାୟୀ ଜଣକ ଜଣେ ଅଧିକାରୀଙ୍କୁ ଲାଞ୍ଚ ଦେଉଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ସମ୍ବଲପୁର ମୁଦୀପଡାର ଜଣେ ବ୍ୟବସାୟୀଙ୍କଠୁ ଲାଞ୍ଚ ନେଉଥିବା ଭୁବନେଶ୍ୱର କେନ୍ଦ୍ରୀୟ ପୂର୍ତ୍ତ ବିଭାଗ (CPWD) ଅଧିକାରୀଙ୍କୁ କାବୁ କରିଛି ସିବିଆଇ । ଏହି ଲିଙ୍କରେ ସିବିଆଇ ଟିମ ଆଜି ସନ୍ଧ୍ୟାରେ ସମ୍ବଲପୁର ପହଞ୍ଚି ମୁଦୀପଡା ସ୍ଥିତ ବ୍ୟବସାୟୀଙ୍କ ଘରେ ଚଢ଼ାଉ ଜାରି ରଖିଛି । ବ୍ୟବସାୟୀଙ୍କ ନାଁ ନଭଦୀପ ସିଂହ ଚାୱଲା ବୋଲି ସୂଚନା ମିଳିଛି । ବ୍ୟବସାୟୀ ଜଣକ 2 ଲକ୍ଷ ଟଙ୍କା ଲାଞ୍ଚ ଦେଉଥିବା ବେଳେ CBI ଟିମ CPWD ଅଧିକାରୀଙ୍କୁ ଟ୍ରାପ କରିଥିବା ଜଣାପଡିଛି । ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା ସମେତ 6ଟି ସ୍ଥାନରେ CBI ଟିମ୍ ଏକକାଳୀନ ଚଢାଉ କରିଛି । ଭୁବନେଶ୍ୱର CBI ଟିମ୍ ଏନେଇ ଛାନଭିନ ଜାରି ରଖିଛି ।  

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.