ମାର୍ଶାଘାଇରୁ ଧଳାଜହର ଜବତ, ୫ ଗିରଫ

By ETV Bharat Odisha Team

Published : Aug 28, 2023, 9:52 AM IST

thumbnail

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ପୋଲିସକୁ ସଫଳତା । ୫ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି ମାର୍ଶାଘାଇ ପୋଲିସ । ସେମାନଙ୍କ ଠାରୁ ୧୦ ଗ୍ରାମ ୭୮୦ ମିଲିଗ୍ରାମ ବ୍ରାଉନ ସୁଗାର ସହିତ ନଗଦ ୩୫ ହଜାର ଟଙ୍କା ଜବତ । ଏଥିସହ ସେମାନେ ବ୍ୟବହାର କରୁଥିବା ଗୋଟିଏ କାର ଓ ୨ ଟି ବାଇକ୍ ଜବତ କରିଛି ମାର୍ଶାଘାଇ ପୋଲିସ। ତେବେ ଅଭିଯୁକ୍ତମାନେ ହେଲେ ଜଣେ ଆନ୍ଧ୍ର ପ୍ରଦେଶ ଅମଲ ପୁରମର ଦଶାରୀ କୁମାର ରହିଥିବା ବେଳେ ଜଣେ ଜଗତସିଂହପୁର ଓ ଅନ୍ୟ ତିନିଜଣ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ମାର୍ଶାଘାଇ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ(ଏସଡିପିଓ) ସୂଚନା ଦେଇଛନ୍ତି । ସୂଚନା ମୁତାବକ, ପୋଲିସ ଗତ ଶନିବାର ଦିନ ପାରାଦ୍ୱୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିଲା । ସେହି ସମୟରେ  ହଜାରୀ ଛକ ନିକଟରେ ଏହି ବ୍ରାଉନ ସୁଗାର ଚୋରା ବେପାରୀମାନେ ବେପାର ପାଇଁ ଡିଲ୍ କରୁଥିବା ବେଳେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା । 
  ଏହା ମଧ୍ୟ ପଢନ୍ତୁ- କମିଶନରେଟ ପୋଲିସ ହାତରେ ବ୍ରାଉନସୁଗାର ରାକେଟ, ଦୁଇ ବେପାରୀ ଗିରଫ
ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.