ETV Bharat / state

କମିଶନରେଟ ପୋଲିସ ହାତରେ ବ୍ରାଉନସୁଗାର ରାକେଟ, ଦୁଇ ବେପାରୀ ଗିରଫ

author img

By

Published : Aug 16, 2023, 9:16 PM IST

ତମାଣ୍ଡୋ ପୋଲିସ ଜାଲରେ ବ୍ରାଉନ ସୁଗାର ରାକେଟ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ଅଭିଯୁକ୍ତଙ୍କ ଠାରୁ ୨୮୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

brown sugar racket busted in bhubaneswar
କମିଶନରେଟ ପୋଲିସ ହାତରେ ବ୍ରାଉନ ସୁଗାର ରାକେଟ

କମିଶନରେଟ ପୋଲିସ ହାତରେ ବ୍ରାଉନ ସୁଗାର ରାକେଟ

ଭୁବନେଶ୍ବର: ତମାଣ୍ଡୋ ପୋଲିସ ଜାଲରେ ବ୍ରାଉନ ସୁଗାର ରାକେଟ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ୨୮୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ବ୍ୟବସାୟ କରୁଥିବା ସମୟରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜୋନ ୩ ଏସିପି ପ୍ରଦୀପ କୁମାର ରାଉତ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଗଞ୍ଜେଇ ଚାଲାଣ ପାଇଁ ଉତ୍ତରପ୍ରଦେଶରୁ ଓଡ଼ିଶା ଆସିଥିଲେ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ଏହା ମଧ୍ୟ ପଢ଼ନ୍ତୁ: ଧରାପଡ଼ିଲା କଲିଜାଖିଆ ଦୁର୍ଦ୍ଦାନ୍ତ ଅପରାଧି, ଅତ୍ୟାଧୁନିକ ବନ୍ଧୁକ ଜବତ ସହ ୪ ଗିରଫ

ସୂଚନା ମୁତାବକ, ଦୀପକ ବେହେରା ନାମକ ଜଣେ ବ୍ୟକ୍ତି ୧ ରୁ ୨ ବର୍ଷ ଧରି ରାଜଧାନୀରେ ରହି ବ୍ରାଉନ ସୁଗାର ବ୍ୟବସାୟ କରି ଆସୁଥିଲେ। ବ୍ୟକ୍ତି ଜଣକ କଟକ ଟାଙ୍ଗୀ ଅଞ୍ଚଳର ବାସିନ୍ଦା ହୋଇଥିବା ଜଣାପଡ଼ିଛି । ଗତ ମଙ୍ଗଳବାର ଅପରାହ୍ନ ୪ ସମୟରେ କଳିଙ୍ଗ ବିହାର ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦୀର ନିକଟରେ ବ୍ରାଉନ ସୁଗାର ମୁଲଚାଲ କରୁଥିଲେ ଦୀପକ ବେହେରା । ବିଶେଷ ସୂତ୍ରରୁ ଖବର ପାଇ ତମାଣ୍ଡୋ ପୋଲିସ ଯୋଜନାବଦ୍ଧ ଭାବେ ସେଠାରେ ଉପସ୍ଥିତ ଥିଲା । ଏହାପରେ ଅଭିଯୁକ୍ତକୁ ହଠାତ ମାଡ଼ି ବସିଥିଲା ପୋଲିସ । ଦୀପକ ଏବଂ ତାଙ୍କ ସହଯୋଗୀକୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୨୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜୋନ ୩ ଏସିପି ପ୍ରଦୀପ କୁମାର ରାଉତ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମଦ ମାଫିଆଙ୍କୁ ଫିଲ୍ମ ଷ୍ଟାଇଲରେ କାବୁ କଲା ଅବକାରୀ ବିଭାଗ: 2 ଗିରଫ, 1040 ଲିଟର ଦେଶୀମଦ ଜବତ

ଏହା ମଧ୍ୟ ପଢ଼ନ୍ତୁ: ବ୍ରାଉନସୁଗାର ପରେ ଏବେ ଚୋରା ବନ୍ଧୁକ, ରାଜଧାନୀ ପାଇଁ ଟେନସନ କେଦାରପଲୀ ବସ୍ତି

ଯେଉଁ ଫୋନ ବ୍ୟବହାର କରି ସେ ବ୍ୟବସାୟ କରିଆସୁଥିଲେ ମୋବାଇଲ ଫୋନକୁ ମଧ୍ୟ ପୋଲିସ ଜବତ କରିଛି । ଏହି ବ୍ୟବସାୟରେ ତାଙ୍କୁ ଆହୁରି ଅନେକ ଲୋକ ସହଯୋଗ କରୁଥିବା ଗ୍ରହଣ କରିଛନ୍ତି ଅଭିଯୁକ୍ତ ଦୀପକ । ସେ ପଶ୍ଚିମବଙ୍ଗର ଜଳେଶ୍ଵର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ଏଠାରେ କାରବାର କରୁଥିଲେ । ଅନ୍ୟପଟେ ଦୀପକର ସହଯୋଗୀ ବରମୁଣ୍ଡା ପ୍ରଧାନ ସାହିରେ ରହି ବ୍ରାଉନ ସୁଗାର ବ୍ୟବସାୟରେ ସହଯୋଗ କରୁଥିଲା । ତେବେ ଆଗରୁ ଦୀପକ ନାଁ ରେ ବିଭିନ୍ନ ଥାନାରେ ୫ଟି ମାମଲା ରହିଥିବା ଜୋନ ୩ ଏସିପି ପ୍ରଦୀପ କୁମାର ରାଉତ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.