ETV Bharat / state

ଗଞ୍ଜେଇ ଚାଲାଣ ପାଇଁ ଉତ୍ତରପ୍ରଦେଶରୁ ଓଡଶା ଆସିଥିଲେ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Aug 8, 2023, 3:40 PM IST

Etv Bhapolice arrested three interstate ganja mafia rat
police arrested three interstate ganja mafia

ବେଆଇନ ମାରଣାସ୍ତ୍ର ସହିତ ତିନି ଜଣ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଗିରଫ । ଅଧିକ ପଢନ୍ତୁ

police arrested three interstate ganja mafia

ସୋନପୁର: ସଦର ଟାଉନ ଥାନା ପୋଲିସକୁ ସଫଳତା। ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗକୁ କାବୁ କଲା ପୋଲିସ। 3ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗଞ୍ଜେଇ ଚୋରାଚାଲାଣ ପାଇଁ ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରୁ ଓଡିଶା ଆସିଥିଲେ ତିନି ଅଭିଯୁକ୍ତ। ପାଖରେ ରଖିଥିଲେ ବେଆଇନ ମାରଣାସ୍ତ୍ର। ବୌଦ୍ଧ ଜିଲ୍ଲାର ଶଗଡା ଓ କଣ୍ଟାମାଳ ଅଞ୍ଚଳରୁ ଗଞ୍ଜେଇ ଗାଡି ପାର କରିବା ପାଇଁ ବେଆଇନ ମାରଣାସ୍ତ୍ର ନେଇ ସୁବର୍ଣ୍ଣପୁର ସହର ଭିତରକୁ ଆସୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଅଙ୍କୁର ଦିବାକର, ମୋହିତ କୁମାର ଓ ଅବଧେଶ କୁମାର ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ-କୋରାପୁଟରେ ମାତିଛନ୍ତି ଗଞ୍ଜେଇ ମାଫିଆ, ଚଢାଉ ସମୟରେ ଅବକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ

ତେଲନଦୀ ବ୍ରିଜ ପ୍ରବେଶ ପଥ ଦେଇ ତିନି ଅଭିଯୁକ୍ତ ଏକ କାରରେ ସୁବର୍ଣ୍ଣପୁର ଆସିଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ 6ଟା 30 ମିନିଟ ସମୟରେ ଡକାୟତ ଦଳ ମନମୁଣ୍ଡା ପଟରୁ ସୁବର୍ଣ୍ଣପୁର ସହର ଭିତରକୁ ଆସୁଥିଲେ । ଏନେଇ ସୂଚନା ପାଇବା ପରେ ପୋଲିସ ପାଟ୍ରୋଲିଂ ଦଳର ଏସ ଆଇ ଶମ୍ଭୁନାଥ ଦେହୁରୀଙ୍କ ନେତୃତ୍ବରେ ପାଟ୍ରୋଲିଂକୁ କଡା କଡି କରାଯାଇଥିଲା। ପାଟ୍ରୋଲିଂ ସମୟରେ କାରଟିକୁ ଅଟକାଇବୁ ପୋଲିସ ଚେଷ୍ଟା କରିଥିବା ବେଳେ ତାହା ଦ୍ରୁତ ଗତିରେ ସହର ଭିତରକୁ ମାଡି ଆସୁଥିଲା । ଏହାପରେ ପୋଲିସ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ମାନେ ଯୁକ୍ତିତର୍କ କରିଥିଲେ। ଏହାପରେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ କାରଟିକୁ ଦ୍ରୁତ ଗତିରେ ଆଗକୁ ନେଇଯାଇଥିଲେ । ତେବେ ପାଟ୍ରୋଲିଂ ଟିମ ଅଭିଯୁକ୍ତଙ୍କ ପିଛାକରି ତାଙ୍କୁ ମହାନଦୀ ରାସ୍ତାରେ ଅଟକାଇବାରେ ସକ୍ଷମ ହୋଇଥିଲେ ।

ଏହାପରେ ଡ୍ରାଇଭର ସମେତ ତିନି ଅଭିଯୁକ୍ତଙ୍କୁ କାବୁ କରିକାର ତଲାସୀ କରାଯାଇଥିଲା। ଏହି ସମୟରେ କାର ମଧ୍ୟରୁ ଦୁଇ ଗୋଟି ଦେଶୀ ବନ୍ଧୁକ , ବନ୍ଧୁକ ମ୍ୟାଗାଜିନ ସହିତ ଛଅ ଗୋଟି ଗୁଳି, ଗୋଟିଏ ଛୁରୀ, କାର ଓ ପାଞ୍ଚୋଟି ମୋବାଇଲ ପୋଲିସ ଜବତ କରିଥିଲା। ଅଭିଯୁକ୍ତ ମାନେ ମାନେ ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର।

ଗିରଫ ଅଭିଯୁକ୍ତ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ହୋଇଥିବା ସୂଚନା ମିଳିଛି। ତିନି ଅଭିଯୁକ୍ତ ବୌଦ୍ଧ ଜିଲ୍ଲାର ଶଗଡା ଓ କଣ୍ଟାମାଲ ଅଞ୍ଚଳରୁ ଗଞ୍ଜେଇ ଗାଡି ପାର କରିବା ପାଇଁ ମାରଣାସ୍ତ୍ର ନେଇ ସୁବର୍ଣ୍ଣପୁର ସହର ଭିତରକୁ ଆସୁଥିଲେ ବୋଲି ପୋଲିସ ତଦନ୍ତରୁ ଜାଣି ପାରିଛି। ସଦର ଥାନା ଏସ ଆଇ ଶମ୍ଭୁ ଭୂଷଣ ଦେହୁରୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.