ETV Bharat / state

ବ୍ରାଉନସୁଗାର ପରେ ଏବେ ଚୋରା ବନ୍ଧୁକ, ରାଜଧାନୀ ପାଇଁ ଟେନସନ କେଦାରପଲୀ ବସ୍ତି

author img

By

Published : Feb 13, 2023, 7:59 AM IST

ବ୍ରାଉନସୁଗାର ପରେ ଏବେ ଚୋରା ବନ୍ଧୁକ । ଗୋଟିଏ ଦେଶୀ ବନ୍ଧୁକ ସହ ଜଣଙ୍କୁ ବାନ୍ଧିଲା କ୍ୟାପିଟାଲ ଥାନା ପୋଲିସ । ଅଧିକ ପଢନ୍ତୁ

ବ୍ରାଉନସୁଗାର ପରେ ଏବେ ଚୋରା ବନ୍ଧୁକ
ବ୍ରାଉନସୁଗାର ପରେ ଏବେ ଚୋରା ବନ୍ଧୁକ

ବ୍ରାଉନସୁଗାର ପରେ ଏବେ ଚୋରା ବନ୍ଧୁକ

ଭୁବନେଶ୍ବର: ରାଜଧାନୀରେ ଚାଲିଛି ଚୋରା ବନ୍ଧୁକ କାରବାର । ଦୋକାନରୁ ଦାଦାବଟି, ଜାଗା ଜବରଦଖଲ, ଷ୍ଟ୍ରିଟ କ୍ରାଇମରେ ବ୍ୟବହାର ହେଉଛି ଏହି ଚୋରା ବନ୍ଧୁକ । ଏସବୁ କାରବାରରେ ଏବେ ଚୋରା ବନ୍ଧୁକ ସାଜିଛି ମାଧ୍ୟମ । ଏନେଇ ଡିସିପି ସ୍ପେଶାଲ ୟୁନିଟ୍‌ ଜିରୋ ଟଲେରାନ୍ସ ପଲିସିରେ ଏସବୁ କ୍ରିମିନାଲକୁ ଧରିବାକୁ ଯୋଜନା ଚାଲିଛି ।

କେଦାର‌ପଲ୍ଲୀ ବସ୍ତିର କୁଖ୍ୟାତ କ୍ରିମିନାଲ ବାଙ୍ଗା ନାୟକକୁ ଗିରଫ କରିଛି ପୋଲିସ୍ । ଯାହା ନାଁରେ ଏକାଧିକ ମାମଲା ରହିଥିବା ବେଳେ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିଲା । ବନ୍ଧୁକ ମୁନରେ ଦାଦାବଟି ମାଗିବା ବାଙ୍ଗାର ଥିଲା ଅଭ୍ୟାସ । ଏପରିକି ଜାଗା ଜବର ଦଖଲ ପାଇଁ ବାଙ୍ଗା ସାଜିଥିଲା ଭଡ଼ାଟିଆ ଗୁଣ୍ଡା । ବଡ ବଡ଼ ସରକାରୀ ଅଧିକାରୀଙ୍କ ଘରେ ପଶି ଚୋରି, ଡକାୟତି ଭଳି ଅପରାଧ ଭିଆଉଥିଲା । କେବଳ ଏତିକି ନୁହେଁ ବରଂ ବୋମାମାଡ ଭଳି ସଙ୍ଗୀନ ମାମାଲା ମଧ୍ୟ ବାଙ୍ଗା ନାମରେ ରହିଛି । କ୍ୟାପିଟାଲ ଥାନା ଅଞ୍ଚଳରୁ ବାଙ୍ଗା ନାମରେ ସୂଚନା ମିଳିବା ପରେ ବାଙ୍ଗାକୁ ଗିରଫ କରାଯାଇଛି । ତାଠାରୁ ଏକ ସିଙ୍ଗଲ ବୋର୍ ପିସ୍ତଲ ଜବତ କରିଛି ପୋଲିସ ।

କେମିତି ମିଳିଲା ବନ୍ଧୁକ ସୁରାକ:- କେଦାରପଲୀ ବସ୍ତିର ଆଉ ଜଣେ ବନ୍ଧୁକ ବେପାରୀ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇ ଥିଲା ବାଙ୍ଗା ।ଏନେଇ ପୋଲିସକୁ ଖବର ମିଳିଥିଲା । ତେବେ କେଉଁ ଅପରାଧୀଙ୍କ ନିକଟରେ ବନ୍ଧୁକ ରହିଛି ସେ ନେଇ ପୋଲିସ ସୂଚନା ସଂଗ୍ରହ କରିଥିଲା । ଚୋରା ବନ୍ଧୁକ ସମ୍ପର୍କରେ ଜାଣିବାକୁ ପାଇଥିଲା । ବାଙ୍ଗା ସହ ୪ରୁ ୫ଜଣ ତାଙ୍କ ଅପରାଧୀ ବନ୍ଧୁକ ଦେଖାଇ ଦାଦାବଟି ଓ ଜାଗା ଜବରଦଖଲ କାମ କରୁଥିବା ପୋଲିସ ଜାଣିବା ପରେ ଗିରଫଦାରୀ ଆରମ୍ଭ କରିଥିଲା । ପ୍ରଥମେ ବାଙ୍ଗାକୁ ଗିରଫ କରିବା ପରେ ତାର ସହଯୋଗୀ ଓ ଭିକିକୁ ଖୋଜୁଛି ପୋଲିସ୍ ।

ଡିସିପିଙ୍କ କ୍ବାଟର ଆଗରେ କରିଥିଲା ବୋମାମାଡ:-୨୦୧୫ ମସିହାରେ ତତ୍କାଳୀନ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କ ଘର ସାମ୍ନାରେ ବୋମାମାଡ କରିଥିଲା ବାଙ୍ଗା । ଏକ ଗୋଷ୍ଠୀ ବିବାଦକୁ ନେଇ ବୋମାମାଡ କରି ଫେରାର ଥିଲା ବାଙ୍ଗା । ଯେକି ଏକ ପେସାଦାର ଅପରାଧୀ ଥିବା ବେଳେ ଧିରେ ଧିରେ ଏକ କୁଖ୍ୟାତ କ୍ରିମିନାଲ ପାଲଟିଥିଲା । ପରେ ବନ୍ଧୁକ କାରବାରରେ ସାମିଲ ରହିଥିଲା ।



ଆପିଏସଙ୍କ ଘରୁ ଚୋରି କରିଥିଲା:- କ୍ୟାପିଟାଲ ଥାନା ଅଞ୍ଚଳ ଅଧିନରେ ଥିବା ଆଇପିଏସ ସତ୍ୟଜିତ ନାୟକଙ୍କ ଘରୁ ଗତ 2020 ମେ 23 ତାରିଖରେ ଚୋରି କରିଥିଲେ କିଛି ଦୁର୍ବୃତ୍ତ । ସେହି ଘଟଣାରେ ମାଷ୍ଟରମାଇଣ୍ଡ ଥିଲା ବାଙ୍ଗା । ଏନେଇ ଆପିଏସଙ୍କ ଘରୁ ମୋବାଇଲ, ଟିଭି, ଫ୍ରିଜ୍ ସହ କ୍ୟାମେରା ଲ୍ୟାପଟପ୍ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଗ୍ୟାସ ଟାଙ୍କି ଆଦି ଚୋରି ଘଟଣାରେ ଥିଲା ସମ୍ପୃକ୍ତ । ଏନେଇ ପରେ ୩ ଜୁନରେ ତିନି ସହଯୋଗୀ ସହ ବାଙ୍ଗାକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ ।

ଡିଜେ ରୋଷଣୀ ବେଳେ ବଟି ଆଦାୟ:- ବାହାଘର ହେଉ ବା ବ୍ରତଘର । ଡିଜେ ରୋଷଣୀ ବେଳେ ଗାଡି ଅଟକାଇ ବଟି ଆଦାୟ କରୁଥିଲା ବାଙ୍ଗା । ଏପରିକି ସାଧାରଣ ଲୋକଙ୍କ ପାଇଁ ଲୋକାଲ ଗୁଣ୍ଡା ଭାବେ ବେସ କୁଖ୍ୟାତ ଥିଲା ସେ । ଶେଷରେ ପୋଲିସ କବଜାକୁ ଆସିଛି ବାଙ୍ଗା ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.