ସ୍କୁଲ ପରିସରରେ ଚାଲିଥିଲା ବ୍ରାଉନ ସୁଗାର ଆଡ୍ଡା, ମାଡିବସିଲା ଅବକାରୀ ସ୍କ୍ୱାର୍ଡ

By

Published : Jun 13, 2023, 10:19 PM IST

thumbnail

ଢେଙ୍କାନାଳ: ବ୍ରାଉନ ସୁଗାର ଆଡ୍ଡା ଉପରେ ଅବକାରୀ ବିଭାଗର ଚଢ଼ାଉ । ଢେଙ୍କାନାଳ ସହର ବାଜିଚୌକ ଅଞ୍ଚଳ ସୌଦାମିନୀ ସ୍କୁଲ ପରିସରରେ ବ୍ରାଉନ ସୁଗାର ଆଡ୍ଡା ଚାଲିଥିଲା । ଖବର ପାଇ ଅବକାରୀ ସ୍କ୍ୱାର୍ଡ ଚଢ଼ାଉ କରିଛି । ଏହି ଘଟଣାରେ ଅବକାରୀ ବିଭାଗ ଜଣକୁ ଗିରଫ କରିଥିବା ବେଳେ ଗ୍ରାହକମାନେ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛନ୍ତି । ଗରିଫ ଅଭିଯୁକ୍ତ ଠାରୁ ୩୫ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଭିଯୁକ୍ତ ଜଣକ ସ୍ଥାନୀୟ ବାଜି ଚୌକ ଅଞ୍ଚଳର ସନ୍ତୋଷ ରାଉତ ହୋଇଥିବା ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି । ଏହି ଘଟଣାରେ ଅନ୍ୟ କେହି ସାମିଲ ଅଛନ୍ତି ନା ନାହିଁ ସେନେଇ ତଦନ୍ତ ଚାଲିଛି ।

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.