ମହାନଦୀ କୂଳରେ ବୋଇତ ବନ୍ଦାଣ , ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

By ETV Bharat Odisha Team

Published : Nov 27, 2023, 9:48 AM IST

thumbnail

ବୌଦ୍ଧ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ଗାଁ ଠୁ ସହ ।  ନଦୀଠାରୁ ଆରମ୍ଭ କରି ଛୋଟ ଛୋଟ ପୁଷ୍କରିଣୀରେ ଭାସୁଛି ଡଙ୍ଗା । କାର୍ତ୍ତିକ ମାସରେ ଶେଷ ଦିନ ଥିବାରୁ ବୌଦ୍ଧର ମହାନଦୀରେ ସକାଳୁ ସକାଳୁ ଶହଶହ ଲୋକ ବୁଡ଼ ପକାଇ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସ୍ବତନ୍ତ୍ର ଭାବରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପବିତ୍ର ମାସ କାର୍ତ୍ତିକ ଶେଷ ଦିନରେ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଜିଲ୍ଲାର ବିଭିନ୍ନ ଦେବଦେବୀଙ୍କ ପୀଠ ।  ଆ କା ମା ବୈ ପାନଗୁଆ ଥୋଇ... ପାନଗୁଆ ତୋର ମାସକ ଧର୍ମ ମୋର... ଏହି ଗୀତ ଗାଇ ଡଙ୍ଗା ଭସାଇଛନ୍ତି ସମସ୍ତେ ।ଗତ ପାଞ୍ଚ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପଞ୍ଚୁକ ଉପଲକ୍ଷେ ଦେବଦେବୀଙ୍କ ପୀଠରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଜି ପଞ୍ଚୁକର ଶେଷ ଦିନରେ ବଡ଼ି ଭୋରରୁ ମହାନଦୀର ଚନ୍ଦ୍ରଚୂଡ଼ ମନ୍ଦିର ନିକଟସ୍ଥ ଆଳତୀ ଘାଟ ଠାରେ ସ୍ବତନ୍ତ୍ର ଭାବରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ନଦୀଘାଟ ତଥା ଜଳସ୍ରୋତରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ମହାନଦୀର ଆଳତୀ ଘାଟରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ସ୍ବତନ୍ତ୍ର ବୋଇତ ପ୍ରସ୍ତୁତ କରାଯାଇ ପୂଜାର୍ଚ୍ଚନା ସହିତ ମହାନଦୀରେ ଛଡ଼ା ଯାଇଥିଲା ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.