Train Accident: ଚାକିରି ଆଶାରେ ଚେନ୍ନାଇ ଯାଉଥିଲେ, ସାଙ୍ଗକୁ ନପାଇ ଚେତାଶୂନ୍ୟ ହେଉଛନ୍ତି ହିମାଂଶୁ

By

Published : Jun 8, 2023, 10:46 AM IST

thumbnail

ଭୁବନେଶ୍ବର: ''ମୋ ପାଖରେ ଫୋନ ନାହିଁ ପର୍ସ ନାହିଁ ମୁଁ କେଉଁଆଡେ ଯିବି । ବେହୋସ ହୋଇଗଲି ତାପରେ ଦେଖିବା ବେଳକୁ ମୋ ପାଖରେ କିଛି ନାହିଁ । ମୁଁ ମରିଯାଇଥାନ୍ତି ହେଲେ ମୁଁ କାହିଁକି ବଞ୍ଚିଲି ମୋ ସାଙ୍ଗକୁ ଖୋଜିଦିଏ.... ଭୁବନେଶ୍ବର ଏମ୍ସ ପରିସରରେ ଏମିତି କିଛି କହି ଭୋ ଭୋ ହୋଇ କାନ୍ଦି ଉଠିଥିଲେ ଭୟଙ୍କର ବାହାନଗା ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣେ ଯାତ୍ରୀ । ସେ ତ ବଞ୍ଚିଗଲେ ହେଲେ ତାଙ୍କ ସାଙ୍ଗକୁ ପାଉନାହାନ୍ତି । ଚାକିରି ପାଇଁ ଘରୁ ଲୁଚି କରି ଚେନ୍ନାଇ ଯାଉଥିଲେ ଦୁଇ ସାଙ୍ଗ ହିମାଂଶୁ ମିଶ୍ରା ଓ ଇଶୁ ମିଶ୍ରା । ଟ୍ରେନ ଦୁର୍ଘଟଣା ପରଠୁ ଆଉ ତାଙ୍କ ସାଙ୍ଗକୁ ପାଉନାହାନ୍ତି । ଭୟଭୀତ ଅବସ୍ଥାରେ ହସ୍ପିଟାଲରୁ ହସ୍ପିଟାଲ ଘୁରି ବୁଲୁଛନ୍ତି ହିମାଂଶୁ । ବିହାର ବାଙ୍କା ଅଞ୍ଚଳର ହିମାଂଶୁ ମିଶ୍ରା ଏବଂ ଇଶୁ ମିଶ୍ରା ଚାକିରି ଆଶାରେ ଚେନ୍ନାଇ ଯାଉଥିଲେ । ଅଧାବାଟରେ ଅଘଟଣ ପରେ ଏବେ ସାଙ୍ଗ ବିନା ଘରକୁ ଫେରିବାକୁ ନାରାଜ ହିମାଂଶୁ । ସାଙ୍ଗକୁ ନପାଇ ମାନସିକ ସ୍ଥିତି ଏବେ ଖରାପ ଥିବାରୁ ତାଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.