ଚାପ ମୁକ୍ତ ରହିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ

By

Published : Apr 29, 2023, 5:17 PM IST

thumbnail

ଖୋର୍ଦ୍ଧା: ଚାପମୁକ୍ତ ରହିବାକୁ ଗଣମାଧ୍ୟମ ପାଇଁ ଏକ କର୍ମଶାଳା ଆୟୋଜିତ । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ମାତୃ ଶିଶୁ କନ୍ଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି ଏହି କର୍ମଶାଳା । ମାନସିକରୋଗ ବିଶେଷଜ୍ଞ ଆଲୋକ ଜ୍ୟୋତି ସାହୁଙ୍କ ସଂଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ ଯୋଗଦେଇଥିଲେ । ସେ ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ରହିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରସନ କୁମାର ଦାସ ଯୋଗଦେଇ ପ୍ରତ୍ୟକ ମନୁଷ୍ୟ କିଛି ନା କିଛି ମାନସିକ ଚାପରେ ରହୁଥିବା କହିଛନ୍ତି  । ଏହାସହ କିପରି ଏହି ରୋଗରୁ ମୁକ୍ତି ପାଇପାରିବ ସେ ନେଇ ପରାମର୍ଶ ମଧ୍ୟ ଦେଇଛନ୍ତି ।  ଏହି ଚାପ ବିଂଶ ଶତାବ୍ଦୀରେ ଅନେକ ରୋଗକୁ ଆମନ୍ତ୍ରଣ କରୁଛି । କେବଳ ସେତିକି ନୁହେଁ ଅତ୍ୟଧିକ ଚାପ ଆତ୍ମହତ୍ୟାର କାରଣ ପଲଟିଥିବା କହିଥିଲେ ମାନସିକ ରୋଗ ବିଶେଷଜ୍ଞ । ବିଶେଷକରି 15 ରୁ 29 ବୟସର ଯୁବକ ଯୁବତୀ ମାନେ ଚାପଗସ୍ତ ହୋଇ ଅଧିକ ଆତ୍ମହତ୍ୟା କରିଥାନ୍ତି ବୋଲି କହିଥିଲେ ମାନସିକ ରୋଗ ବିଶେଷଜ୍ଞ ଆଲୋକ ଜ୍ୟୋତି ସାହୁ । ସମାଜରୁ ଚାପ ମୁକ୍ତ ପାଇଁ ଏହି ଭଳି କର୍ମଶାଳା ଆୟୋଜନ ଆଗକୁ ମଧ୍ୟ କରାଯିବ ବୋଲି କହିଥିଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.