Watch Video: ମୃତ୍ୟୁ ପୂର୍ବରୁ ସେହି କିଛି ମିନିଟ...

By

Published : Jun 12, 2023, 9:53 PM IST

thumbnail

ବେଙ୍ଗାଲୁରୁ: ମୃତ୍ୟୁ କେବେ, କେମିତି ଓ କିପରି ଆସେ କାହାକୁ ଜଣାନଥାଏ । ହସୁଥିବା ମଣିଷଟି ଯେ ଜୀବନର ଶେଷ ମୂହୁର୍ତ୍ତରେ ଥାଏ, ତାହା କିଏ ବା ଜାଣିପାରିବ । ରବିବାର କର୍ଣ୍ଣାଟକ ଚାନ୍ନାପାଟନମ ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ୍ୟୁର କିଛି ସମୟ ପୂର୍ବର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ୪ ଜଣ ବନ୍ଧୁ ବେସାଗାରହଲ୍ଲୀ ଯାଇ ରାମାନାଗର ଫେରୁଥିଲେ । ଫେରିବା ବାଟରେ ଗୀତ ଗାଇ ହସଖୁସି କରୁଥିଲେ । ବନ୍ଧୁତାର ଗୀତ ବଜାଇ ଭାବ ବିହ୍ବଳ ହୋଇପଡ଼ିଥିଲେ । ସେଠାରେ ଅନ୍ୟ ଜଣେ ବନ୍ଧୁ ସାନ୍ତ୍ବନା ଦେଉଥିଲେ । ହେଲେ କିଏ ବା ଜାଣିଥିଲା ଏହି ମୂହୁର୍ତ୍ତ ଆଉ କେବେ ଫେରିବ ନାହିଁ ବୋଲି । ଏହି ଭିଡ଼ିଓରେ ଆଗରେ ବସିଥିବା ଦୁଇ ଜଣ ବନ୍ଧୁଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅନ୍ୟପଟେ ପଛରେ ବସିଥିବା ଦୁଇଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.