1oth Exam: A1 ମାର୍କ ରଖିଥିବା ଦକ୍ଷିଣ ଓଡ଼ିଶାର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ

By

Published : May 28, 2023, 9:42 PM IST

thumbnail

ବ୍ରହ୍ମପୁର: ମ୍ୟାଟ୍ରିକ ପରୀକ୍ଷାରେ ଏ-୧ ମାର୍କ ରଖିଥିବା ଦକ୍ଷିଣ ଓଡ଼ିଶାର ସମସ୍ତ ବିଦ୍ୟାର୍ଥୀ ଏବଂ ସେମାନଙ୍କ ପ୍ରଧାନ ଶିକ୍ଷକ ହେଲେ ସମ୍ବର୍ଦ୍ଧିତ। ସେମାନଙ୍କୁ ବ୍ରହ୍ମପୁରରେ ମାଟ୍ରିକ ଉତ୍କର୍ଷ ସମ୍ମାନ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ବ୍ରହ୍ମପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ମାଟ୍ରିକ ପରୀକ୍ଷାରେ A1 ରଖିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ନାମପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ସେମାନଙ୍କର ଭବିଷ୍ୟତ ଗଠନ ଓ ଜୀବନରେ ରହିଥିବା ଲକ୍ଷ୍ୟ ପୂରଣ ପାଇଁ ମ୍ୟାଟ୍ରିକ ପରେ ଆହୁରି ଅଧିକ ପରିଶ୍ରମ କରିବାକୁ ଆହ୍ବାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୯୦%ରୁ ଅଧିକ ମାର୍କ ରଖିଥିବା ଅର୍ଥାତ ଏ-ୱାନ୍ ଗ୍ରେଡ ରଖିଥିବା ୧୨୬ ଜଣ ଛାତ୍ରଛାତ୍ରୀ, ୩୮୦ ଜଣ ଅଭିଭାବକ ଓ ୨୭ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଏହାଦ୍ବାରା ବିଦ୍ୟାର୍ଥୀଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ଉତ୍ସାହ ବୃଦ୍ଧି ପାଇବ ବୋଲି କୁହାଯାଇଛି। ସହରର ନାଳନ୍ଦା ବିଦ୍ୟାମନ୍ଦିର ହାୟର ସେକେଣ୍ଡାରୀ ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ବେଶ ଉତ୍ସାହିତ ହୋଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.