ସମସ୍ୟା ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ

By ETV Bharat Odisha Team

Published : Dec 22, 2023, 10:33 PM IST

thumbnail

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅଲ୍ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସମସ୍ୟା ଦୂରୀକରଣ ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାୟକଙ୍କୁ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା । ବିଗତ ୨୦୧୩ ମସିହା ଠାରୁ ସ୍ବଳ୍ପ ପାରିଶ୍ରମିକରେ ଏକ ଘରେଇ କମ୍ପାନୀ ଦ୍ବାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ନିଷ୍ଟା ଓ ନିସ୍ବାର୍ଥପର ଭାବେ ଯଥା ବନ୍ୟା, ବାତ୍ୟା, କୋରାନ  ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ସାମୁହିକ ଦୁର୍ଘଟଣା ଭଳି ପରିସ୍ଥିତିରେ ରୋଗୀଙ୍କୁ ସଠିକ ସେବା ଦେଇ ଆସୁଛନ୍ତି ।  

କିନ୍ତୁ ଦୁଃଖର ବିଷୟ ପ୍ରାୟ ଛଅ ମାସ ପୂର୍ବରୁ ଜିଲ୍ଲାପାଳ ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ୬ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ଏମାନଙ୍କର ଦରମା ବୃଦ୍ଧି ହୋଇପାରିଲା ନାହିଁ । ୬ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କମ୍ପାନୀ କତ୍ତୃପକ୍ଷ କିମ୍ବା ସରକାରୀ କତ୍ତୃପକ୍ଷ ଦରମା ବୃଦ୍ଧି କାର୍ଯ୍ୟକାରୀ କରିନାହାନ୍ତି । ଦିନକୁ ଆଠ ଘଣ୍ଟା କାମ ବଦଳରେ ୧୨ ଘଣ୍ଟା କରିବା ପାଇଁ ପଡ଼ୁଛି । ସ୍ବଳ୍ପ ପାରିଶ୍ରମିକରେ କିପରି ନିଜ ପରିବାରର ପ୍ରତିପୋଷଣ କରିବୁ ବୋଲି ୧୦୮ ଆମ୍ବୁଲାନ୍ସ କର୍ମଚାରୀ କହିଛନ୍ତି । ଖୁବଶୀଘ୍ର ଏହାର ସମାଧାନ କରିବା ପାଇଁ ନିବେଦନ କରିଛନ୍ତି ସଂଘ । ତେବେ ସେମାନଙ୍କ ଦାବି ଶୀଘ୍ର ସମାଧାନ  ହୁଏ ତାହେଲେ କାର୍ଯ୍ୟରତ ରହିବା ସହ ଆଗାମୀ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ସୁବର୍ଣ୍ଣପୁରରେ 108 ଆମ୍ବୁଲାନ୍ସ କର୍ମଚାରୀ ସଂଘର ବିକ୍ଷୋଭ

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.