ETV Bharat / state

ସୁବର୍ଣ୍ଣପୁରରେ 108 ଆମ୍ବୁଲାନ୍ସ କର୍ମଚାରୀ ସଂଘର ବିକ୍ଷୋଭ

author img

By ETV Bharat Odisha Team

Published : Dec 22, 2023, 6:41 PM IST

ସୁବର୍ଣ୍ଣପୁରରେ 108 ଆମ୍ବୁଲାନ୍ସ କର୍ମଚାରୀ ସଂଘର ବିକ୍ଷୋଭ
ସୁବର୍ଣ୍ଣପୁରରେ 108 ଆମ୍ବୁଲାନ୍ସ କର୍ମଚାରୀ ସଂଘର ବିକ୍ଷୋଭ

Ambulance employees protest: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଦରମା ବୃଦ୍ଧି ସାଙ୍ଗକୁ ଅବସରକାଳୀନ ଭତ୍ତା ଓ ଜୀବନ ବୀମା ଲାଗୁ କରିବା ପାଇଁ ଦାବି କରିଛି ସଂଘ । ଯଦି ଦାବି ପୂରଣ ନହୁଏ । ତେବେ ଆନ୍ଦୋଳନର ଚେତାବନୀ ଦେଇଛି କର୍ମଚାରୀ ସଂଘ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ 108 ଆମ୍ବୁଲାନ୍ସ କର୍ମଚାରୀ ସଂଘର ବିକ୍ଷୋଭ

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା 108 ଆମ୍ବୁଲାନ୍ସ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚିକିତ୍ସା ହେଲଥ କେୟାର ଅଧିନରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନେ ଆଜକୁ ପ୍ରାୟ ଏକ ଦଶନ୍ଧି ଧରି କାର୍ଯ୍ୟ କରି ଆସୁଛନ୍ତି ।ପ୍ରାୟ ପାଞ୍ଚ ହଜାରରୁ ଅଧିକ କର୍ମଚାରୀ ସାରା ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ହେଲେ ମାସିକ ୧୦ ହଜାର ଟଙ୍କାରୁ କମ୍ ଦରମା ପାଉଥିବା ବେଳେ ପରିବାର ପୋଷଣ ପାଇଁ ଦରମା ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ କରିଛନ୍ତି ।ତେବେ ନିଯୁକ୍ତି ଆରମ୍ଭରୁ ଆଜିଯାଏଁ ଅନେକ ବାର ଦରମା ବୃଦ୍ଧି ସାଙ୍ଗକୁ ଅବସରକାଳୀନ ଭତ୍ତା ଓ ଜୀବନ ବୀମା ଲାଗୁ କରିବା ପାଇଁ ଦାବି କରି ଆସୁଛନ୍ତି । ହେଲେ ଏହି କର୍ମଚାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଘରୋଇ କମ୍ପାନୀ ଚିକିତ୍ସା ହେଲଥ କେୟାର ତାଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଆର୍ଥିକ ବ୍ୟବସ୍ଥା ଅନୁଯାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି ।

ତେବେ କର୍ମଚାରୀମାନେ ଜିଲ୍ଲା ପ୍ରଶାସନ ପାଖରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଶ୍ରମ ଅଧିକାରୀ ତଥା ସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଦାବି ପୂରଣ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦରମା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ହେଲେ ଏହି କର୍ମଚାରୀଙ୍କ ଦାବି ପ୍ରତି କେହିବି ସମ୍ବେଦନଶୀଳ ହୋଇ ବିଚାର କରୁନଥିବା ଅଭିଯୋଗ ହେଉଛି । ମହାମାରୀ କୋରୋନା ସମୟରେ ବି ନିର୍ଭିକ ଭାବେ ରୋଗୀ ସେବା କରିଛନ୍ତି । ଆମ୍ବୁଲାନ୍ସରେ ରୋଗୀମାନଙ୍କୁ ନେବା ଆଣିବା କରିବା ସହିତ ଅଖିଆ ଅପିଆ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି ।କୋରୋନା ସମୟ ଭିତରେ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବିକୁ ବିଚାର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଇତି ମଧ୍ୟରେ ଅନେକ ସମୟ ବିତି ଯାଇଥିଲେ ମଧ୍ୟ ଏହି କର୍ମଚାରୀଙ୍କ ଦାବି ଆଜି ଯାଏଁ ପୂରଣ କରାଯାଇନଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ଦୁଇ ଦଫା ଦାବି ନେଇ ଆନ୍ଦୋଳନରେ ଅଗ୍ନିଶମ କର୍ମଚାରୀ

ଅନ୍ୟପଟେ ଆମ୍ବୁଲାନ୍ସ କର୍ମଚାରୀମାନେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ରଜ୍ୟ ସରକାର ସମ୍ବେଦନଶୀଳ ହୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବି ପୂରଣ କରିବାକୁ ନିବେଦନ କରିଛନ୍ତି । ଦାବି ପୂରଣ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଆଗକୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.