ULB Polls: ଭୋଟ ଦେଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

By

Published : Mar 24, 2022, 4:02 PM IST

Updated : Feb 3, 2023, 8:20 PM IST

thumbnail

ଭୁବନେଶ୍ବର : ଆଜି ପୌର ନିର୍ବାଚନ । ନିଜର ମତ ସାବ୍ୟସ୍ତ କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ନିଜର ମତ ଅଧିକାର ସାବ୍ୟସ୍ତ କରିବା ଲାଗି ଦିଲ୍ଲୀରୁ ଭୁବନେଶ୍ୱର ଫେରିଛନ୍ତି ଅଚ୍ୟୁତ । ନୟାପଲ୍ଲୀ ଅଞ୍ଚଳରେ ଥିବା କଳିଙ୍ଗ ବିଦ୍ୟାମନ୍ଦିରରେ ମତଦାନ କରିଛନ୍ତି ଅଚ୍ୟୁତ । ଭୁବନେଶ୍ୱର ୱାର୍ଡ ନମ୍ବର 25ରେ ମତଦାନ କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ସଂସଦ ଚାଲିଥିବାରୁ ଦିଲ୍ଲୀରେ ଥିଲେ ସାଂସଦ । କାର୍ଯ୍ୟବ୍ୟସ୍ତତା ଭିତରୁ ସମୟ ବାହାର କରି ଭୁବନେଶ୍ୱର ଫେରି ଭୋଟ ଦେଇଛନ୍ତି ସେ । ବିମାନବନ୍ଦରରୁ ସିଧାସଳଖ ଭୋଟ ଦାନ କେନ୍ଦ୍ରକୁ ଯାଇ ମତ ସାବ୍ୟସ୍ତ କରିଛନ୍ତି । ଅଚ୍ୟୁତ ଭୋଟ ଦେଇଥିବା ୱାର୍ଡରେ ରହିଛି ଦୁଇଟି ବୁଥ । ଦୁଇଟି ବୁଥରେ ମତଦାନ କରିବେ 1925 ଭୋଟର । ଭୋଟକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟାବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.