ETV Bharat / state

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ବଲାଙ୍ଗୀର ପ୍ରଶାସନ ପକ୍ଷରୁ ଚୁଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି - second Phase Election

author img

By ETV Bharat Odisha Team

Published : May 19, 2024, 6:37 PM IST

Second Phase Election: ଆସନ୍ତାକାଲି ବଲାଙ୍ଗୀରରେ ହେବ ମତଦାନ । ଏଥିପାଇଁ ବଲାଙ୍ଗୀର ପ୍ରଶାସନ ପକ୍ଷରୁ ସମସ୍ତ ବ୍ସବସ୍ଥା କରାଯାିଛି । ଅଧିକ ପଢ଼ନ୍ତୁ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ
ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ (ETV Bharat Odisha)

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ (ETV Bharat Odisha)

ବଲାଙ୍ଗୀର: ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ମତଦାନ କରି ଜନତା ବାଛିବେ ନେତା । ଦ୍ବିତୀୟ ପର୍ଯ୍ୟାୟରେ ବଲାଙ୍ଗୀରରେ ମତଦାନ ହେବାକୁ ଥିବା ବେଳେ ଏହାପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେପଟେ ଆଜି ପୋଲିଂ ଅଫିସରମାନେ ବୁଥକୁ ଯିବା ଆରମ୍ଭ କରିଛନ୍ତି ।

ଆସନ୍ତାକାଲି (ସୋମବାର) ଦେଶର ପଞ୍ଚମ ପର୍ଯ୍ୟାୟ ତଥା ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହାପାଇଁ ବଲାଙ୍ଗୀର ପୋଲିସ ପ୍ରଶାସନର ସବୁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ପୋଲିଂ ଅଧିକାରୀମାନେ ଆଜି ବୁଥକୁ ଯିବା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା 5ଟି ବିଧାନସଭା ଆସନରର ମୋଟ 13 ଲକ୍ଷ 29 ହଜାର 945 ଜଣ ଭୋଟର ମତଦାନ କରିବେ । ଏଥିରେ ମହିଳା ଭୋଟର 6 ଲକ୍ଷ 55 ହଜାର 833 ଜଣ, ପୁରୁଷ ଭୋଟର 6 ଲକ୍ଷ 73 ହଜାର 822 ଜଣ ଓ ତୃତୀୟ ଲିଙ୍ଗି 290 ଜଣ ରହିଛନ୍ତି । ଏଥିପାଇଁ ମୋଟ 1548 ପୋଲିଂ ବୁଥ ବ୍ୟବସ୍ଥା ଥିବା ବେଳେ ଏଥିରୁ ସଖୀ ବୁଥ 236, ଭିନ୍ନକ୍ଷମଙ୍କ ପାଇଁ 5ଟି ବୁଥ, 25ଟି ଯୁବ ବୁଥ, 5ଟି ଇକୋ ଫ୍ରେଣ୍ଡଲି ବୁଥ ରହିଛି । ତେବେ ଏହାରି ମଧ୍ୟରେ 929ଟି ବୁଥ ସିଧାସଳଖ ସିସିଟିଭି ସୁରକ୍ଷାରେ ରହିବ ।

ତେବେ ଏସବୁ ବୁଥ ପାଇଁ ପୋଲିଂ ଅଧିକାରୀମାନେ ନିଜ ନିଜ ବୁଥକୁ ଯିବା ଆରମ୍ଭ କରିଛନ୍ତି । ଯେଉଁଥିରେ ବଲାଙ୍ଗୀର ଓ ଲୋଇସିଂହା ବୁଥ ପାଇଁ ବଲାଙ୍ଗୀର ଆଇଟିଆଇରୁ ପୋଲିଂ ଅଧକାରୀ ଇଭିଏମ ନେଇ ନିଜ ବୁଥକୁ ଯାଇଛନ୍ତି । ସେହିପରି ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ପାଇଁ ପୋଲିଂ ଅଧିକାରୀମାନେ ସ୍ଥାନୀୟ ଡିଏଭି କଲେଜରୁ ଯିବା ଆରମ୍ଭ କରିଛନ୍ତି । ସମାନ ଭାବରେ ପାଟଣାଗଡର ବୁଥ ପାଇଁ ପାଟଣାଗଡ ଜବାହାର କଲେଜରେ ବ୍ୟବସ୍ଥା ପରେ ପୋଲିଂ ଅଧିକାରୀ ସେଠାରୁ ବୁଥକୁ ଯିବା ଆରମ୍ଭ କରିଛନ୍ତି ।


ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ; ମିଡ଼ିଆ ସେଣ୍ଟରରୁ ଦେଖନ୍ତୁ LIVE - CEO Nikunja Bihari Dhal Press Meet

ସେପଟେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ୱାର ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ଭୋଟ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିଙ୍ଗ ଅଧିକାରୀ ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କ ବୁଥରେ ପହଞ୍ଚିବେ । ଗ୍ରୀଷ୍ମ ପ୍ରବାହ ଅଧିକ ଥିବାରୁ ଭୋଟରଙ୍କ ପାଇଁ ପାଣି ଓ ଓଆରଏସର ବ୍ୟବସ୍ଥା କରାଯାଇଛି । ଅଧିକରୁ ଅଧିକ ଲୋକ ଆସି ଭୋଟ ଦେବାକୁ ସେ ନିବେଦନ କରିଛନ୍ତି । ସେହିପରି ବଲାଙ୍ଗୀର ଏସପି ଋଷିକେଶ କିଲରୀ କହିଛନ୍ତି ଯେ, ଭୋଟ ଗ୍ରହଣ ପାଇଁ ସବୁଠି ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଓ ଓ ସମ୍ବେଦନଶୀଳ ବୁଥରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.