ରଙ୍ଗବେରଙ୍ଗର ଏରୋବେଟିକ ଶୋ'ରେ ଝଲସିଲା ଦୁବାଇ ଆକାଶ

By

Published : Nov 18, 2021, 2:07 PM IST

thumbnail

ଦୁବାଇ: ୟୁଏଇର ରାଜଧାନୀ ଦୁବାଇର ଅଲ ମକ୍ତମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅନୁଷ୍ଠିତ ହେଉଛି ୫ଦିନିଆ ଦ୍ବିପାକ୍ଷିକ ଦୁବାଇ ଏୟାର ଶୋ' । ଆସନ୍ତାକାଲି ଏହି ଶୋ' ଶେଷ ହେବାକୁ ଯାଉଥିବା ବେଳେ ଆଜି(ଗୁରୁବାର) Emirati ଓ ଅନ୍ତର୍ଜାତୀୟ ଦଳ ଏରୋବେଟିକ ଷ୍ଟଣ୍ଟର ପ୍ରଦର୍ଶନୀ କରିବେ । ଏଥିଲାଗି ବିମାନ ବନ୍ଦରରେ ଦେଖଣାହାରୀଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଏଥିରେ ଜେଟ୍‌ଗୁଡିକ ଆକାଶରେ ଏରୋବେଟିକ ଶୋ' ପ୍ରଦର୍ଶନୀ କରିବ । ସୂଚନା ଥାଉ କି ଏହି ଶୋ'ରେ ଭାରତୀୟ ବାୟୁସେନା ମଧ୍ୟ ସାମିଲ ରହିଛି । ଏଥିରେ ଶକ୍ତି ପ୍ରଦର୍ଶନ କରିବା ପାଇଁ ଭାରତୀୟ ବାୟୁସେନାର ବୃହତ ପରିବହନ ବିମାନ C-17 ଗ୍ଲୋବମାଷ୍ଟର, C-130J ସୁପର ହର୍କ୍ୟୁଲେସ, ସାରଙ୍ଗ ଏୟାରକ୍ରାଫ୍ଟ ଟିମର ପାଞ୍ଚଟି ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁଭ, ସୂର୍ଯ୍ୟକିରଣ ଟିମର 10 ହକ-132 ଏବଂ ୩ଟି LCA ତେଜସ ଦୁବାଇ ବିମାନ ବନ୍ଦରରେ ଅବତରଣ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.