ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅଟକାଇବାକୁ ଚାଲ, ହଠାତ କୋଭିଡ ପଜିଟିଭ ହେଲେ 6 ସମିତି ସଭ୍ୟ ପ୍ରାର୍ଥୀ !

By

Published : Mar 12, 2022, 10:25 PM IST

Updated : Feb 3, 2023, 8:19 PM IST

thumbnail

ବ୍ରହ୍ମପୁର: ଛତ୍ରପୁର ବ୍ଳକ ଅଧ୍ୟକ୍ଷା ନିର୍ବାଚନ ସମୟରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । କୋଭିଡର ଆଳ ଦେଖାଇ ହଠାତ ନିର୍ବାଚନ ବାତିଲ କରାଯାଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅଧ୍ୟକ୍ଷା ନିର୍ବାଚନ ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ନିର୍ଦ୍ଧାରିତ ସମୟରେ ଛତ୍ରପୁର ବ୍ଳକର ୧୮ ଗୋଟି ପଞ୍ଚାୟତର ନିର୍ବାଚିତ ସମିତିସଭ୍ୟା ବ୍ଳକ ପରିସରରେ ପହଞ୍ଚିଥିଲେ । ଗୋଟିଏ ଗୋଷ୍ଠୀର ୧୨ ଜଣ ସମିତିସଭ୍ୟାଙ୍କ ମଧ୍ୟରୁ କିରଣ କୁମାରୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ପରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା । ଆଉ ଏଭଳି ସମୟରେ ଅପରପକ୍ଷର ଛଅ ଜଣ ସମିତିସଭ୍ୟାଙ୍କ ସ୍ବାସ୍ଥ୍ୟ ଭଲ ନଥିବା ତଥା କୋଭିଡ ପଜିଟିଭ ଥିବା ଦର୍ଶାଇ ନିର୍ବାଚନ ବାତିଲ କରାଯାଇଛି । । ଯାହାକୁ ନେଇ ଅନ୍ୟ ଗୋଷ୍ଠୀ ନ୍ୟାୟ ପାଇଁ ଦାବି କରିଛନ୍ତି । କଣ ଥିଲା ପୁରା ଘଟଣା । କେଉଁ କାରଣ ପାଇଁ ବାତିଲ ହେଲା ନିର୍ବାଚନ । ଏନେଇ ସମିତିସଭ୍ୟାଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.