ଧରାବତରଣ କରିବେ ମା' ଦୁର୍ଗା, ଚାମର ହଲାଇ ସ୍ବାଗତ କରୁଛି କାଶତଣ୍ଡି

By

Published : Sep 14, 2020, 12:09 PM IST

thumbnail

ଖୋର୍ଦ୍ଧା: ଦିନ କେଇଟା ପରେ ଧରାବତରଣ କରିବେ ମା' ଦୁର୍ଗା । ଆଉ ମା’ଙ୍କୁ ସ୍ବାଗତ କରିବାକୁ ସତେ ଯେପରି ଚାମର ହଲାଇ ଡାକୁଛି କାଶତଣ୍ଡୀ ଫୁଲ । ଶରତ ଋତୁର ଆଗମନରେ ଗ୍ରାମାଞ୍ଚଳର ବିଲବାଡିରେ ଦେଖିବାକୁ ମିଳିଥାଏ କାଶତଣ୍ଡୀ ଫୁଲର ସମ୍ଭାର । ସକାଳର ସୁଲୁସୁଲିଆ ପବନରେ ଦୋହଲୁଥିବା ଏହି ଫୁଲ ସତେ ଯେପରି ସମୁଦ୍ର ଲହଡ଼ି ସଦୃଶ ପ୍ରତୀୟମାନ ହୋଇ ପ୍ରକୃତି ରାଣୀର ସୌନ୍ଦଯ୍ୟ ଶୋଭା ବହନ କରୁଛି । ତାର ବାସ୍ନା ନାହିଁ ସତ ହେଲେ ତାର ଶୁଭ୍ର ରୁପ ଚହଲାଇ ଦିଏ ତନୁମନକୁ । ଧଳାରଙ୍ଗର ଏହି କାଶତଣ୍ଡୀ ଫୁଲର ସମ୍ଭାର ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ପାର୍ବଣ ଋତୁରେ ମହିଶାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ଆବିର୍ଭାବ ପୂର୍ବରୁ ଶାନ୍ତିର ପ୍ରତୀକ ଭାବେ ଏହି କାଶତଣ୍ଡୀ ଫୁଲ ଧରାପୃଷ୍ଟରେ ମା’ଙ୍କୁ ସ୍ବାଗତ ଜଣାଇବା ଲାଗି ପ୍ରଷ୍ଫୁଟିତ ହୋଇଥାଏ । ମା' ଙ୍କ ମେଲାଣି ପରେ କାଶତଣ୍ଡୀ ଫୁଲ ଦୁଃଖରେ ମଉଳି ଯାଏ ବୋଲି ପୌରାଣିକ ମତ ରହିଛି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.