ଲକଡାଉନ ସୁଯୋଗ ନେଇ ଚୋରି, ସିସିଟିଭିରେ କଏଦ ଦୃଶ୍ୟ

By

Published : May 30, 2021, 2:39 PM IST

thumbnail

ବ୍ରହ୍ମଗିରି: ଲକଡାଉନ ସୁଯୋଗ ନେଇ ରାତିରେ ବ୍ରହ୍ମଗିରି ବଜାରରୁ ଚୋରି । ସିସିଟିଭି ଫୁଟେଜକୁ ଆଧାର କରି ଚୋରକୁ ଗିରଫ କଲା ପୋଲିସ । ଦୋକାନ ଦୁଆର ମୁହଁରେ ମସାରୀ ଟାଣି କିଛି ଦୋକାନୀ ରାତିରେ ଶୋଇଥିବା ବେଳେ ଏହାର ସୁଯୋଗ ନେଇ ଚୋର ତାଙ୍କର 3ଟି ମୋବାଇଲ ଫୋନ ଲୁଟି ନେଇଥିଲା । ଯାହାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇ ରହିଛି । ତେବେ ଫୁଟେଜ ଆଧାରରେ ପୋଲିସ ବ୍ରହ୍ମଗିରି ଗ୍ରାମରୁ ଚୋରକୁ ଧରିବା ସହିତ ଚୋରି ହୋଇ ଯାଇଥିବା ମୋବାଇଲ ଫୋନ ସବୁ ଜବତ କରିଛି । ଚୋର ବ୍ରହ୍ମଗିରି ଗ୍ରାମର ବୋଲି ପୋଲିସ ସୂଚନା ଦେଇଛି । ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.