ଖ୍ରୀଷ୍ଟମାସ୍ ସ୍ପେଶିଆଲ୍: ଲୋକପ୍ରିୟ ଡିସ୍ ରୋଜ୍ କୁକିଜ୍

By

Published : Dec 23, 2020, 10:50 PM IST

thumbnail

ଏହି ଡିସର ବିଷୟରେ ଏକ ମଜାଦାର କଥା ହେଉଛି ଏହାର ଉତ୍ପତ୍ତି କାହାଣୀ । ଆଜି ଆମର ଖ୍ରୀଷ୍ଟମାସ୍ ସ୍ପେଶିଆଲ ସିରିଜରେ ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ଲୋକପ୍ରିୟ ଖାଦ୍ୟର ରେସିପି । ଯାହାର ନାଁ ହେଉଛି ରୋଜ୍ କୁକିଜ୍ । ଏହା ଖାଇବାକୁ ଯେତେ ସୁଆଦିଆ ସେତିକି କ୍ରିସପି ମଧ୍ୟ । ଏହାକୁ ତିଆରି କରିବା ଅତି ସହସ । ଏହି କୁକିଜ ଗୁଡ଼ିକ ଅଣ୍ଡା, ମଇଦା ଏବଂ ଚିନିରେ ତିଆରି । ଦକ୍ଷିଣ ଭାରତ ବିଶେଷ କରି କେରଳର ପ୍ରସିଦ୍ଧ ଡିସ ମଧ୍ୟରୁ ଏହି ରୋଜ୍ କୁକିଜ୍ ଲୋକପ୍ରିୟ । ଏହାର ଉତ୍ପତ୍ତି ସ୍ଥାନ କେରଳ ବୋଲି ମଧ୍ୟ ବିଶ୍ବାସ କରାଯାଏ । ଏହା ପଛରେ ଏକ ଇତିହାସ ମଧ୍ୟ ରହିଛି । ୟୁରୋପୀୟମାନେ ହିଁ ଭାରତୀୟମାନଙ୍କୁ ବେକିଂ ଶିଖାଇଥିଲେ ଏବଂ ବୋଧହୁଏ ରୋଜ୍ କୁକିଜ ମଧ୍ୟ ସେମାନଙ୍କ ଯୁଗରୁ ଭାରତରେ ଆଜି ଯାଏଁ ଚାଲିଆସିଛି । ବିଶେଷ କରି ତେଲୁଗୁରେ ଏହି କୁକୁଜକୁ ଗୁଲାବୀ ପୁଭୁଲୁ କୁହନ୍ତି । ଏହାପରଠୁ ଭାରତର ବିଭିନ୍ନ ରାଜ୍ୟରେ ଏହାର ନାଁ ଭିନ୍ନ ଭିନ୍ନ ଦିଆଗଲା । ଯେପରି ତାମିଲରେ ଆଚୁ ମୁରୁକ୍କୁ ଏବଂ ମାଲାୟାଲମରେ ଆଚାପମ୍ କୁହାଯାଏ । ଆଜିର ସମୟରେ ଏହି କୁକିଜ୍ ଏତେ ଲୋକପ୍ରିୟ ହୋଇଛି ଯେ କେବଳ ଖ୍ରୀଷ୍ଟମାସ ନୁହେଁ ବର୍ଷସାରା ଘରେ ଘରେ ଏହା ଉପଲବ୍ଧ । ଏହି ମିଠା ଭଜା କୁକିଗୁଡ଼ିକ ଗୋଲାପ ଆକୃତିର ଏବଂ ଫୁଲର ପାଖୁଡା ଗୁଡିକ ଗୁଚ୍ଛିତ ହୋଇଥିବାରୁ ଏହାର ନାଁ ରୋଜ କୁକିଜ ରଖାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.