ନୂଆ ସଂସଦ ଭବନ ଦେଖିଲେ ତମନ୍ନା, ହ୍ରିସିତା ଏବଂ ଦିବ୍ୟା, ମହିଳା ସଂରକ୍ଷଣ ବିଲ୍ ଉପରେ ଦେଲେ ପ୍ରତିକ୍ରୟା

By ETV Bharat Odisha Team

Published : Sep 21, 2023, 4:37 PM IST

thumbnail

ନୂଆଦିଲ୍ଲୀ: ନୂଆ ସଂସଦ ଭବନକୁ ଛୁଟୁଛି ବଲିଉଡ ଅଭିନେତ୍ରୀଙ୍କ ସୁଅ। ପୂର୍ବରୁ (ସେପ୍ଟେମ୍ବର 19)ରେ କଙ୍ଗନା ରାଣାୱତ, ଇଶା ଦତ୍ତା ଏବଂ ଗତକାଲି(ସେପ୍ଟେମ୍ବର 20)ରେ ଥ୍ୟାଙ୍କ ୟୁ ଫର କମିଂ କାଷ୍ଟ ଶେହନାଜ ଗିଲ, ଭୂମି ପେଡେନକରଙ୍କ ସମେତ ଅନ୍ୟ ତାରକା ସଂସଦ ଭବନ ବୁଲିଥିଲେ। ଆଜି (ସେପ୍ଟେମ୍ବର 21)ରେ ତମନ୍ନା ଭାଟ୍ଟିଆ ଏବଂ ଦିବ୍ୟା ଦତ୍ତା ନୂଆ ସଂସଦ ଭବନ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ନୂଆ ସଂସଦ ଭବନର ଅଭିଜ୍ଞତା ସହ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଦିବ୍ୟା ଦତ୍ତା ଏନେଇ କହିଛନ୍ତି, ଏହା ଏକ ବଡ ପଦକ୍ଷେପ। ମୁଁ ଏନେଇ ବହୁତ ଭଲ ଅନୁଭବ କରୁଛି। ମୋଦି ଜୀ ପୂର୍ବରୁ ହିଁ ମହିଳାମାନଙ୍କୁ ଆଗରେ ରଖିବାକୁ ଚେଷ୍ଟା କରୁଥିଲେ। ଏଣୁ ମୁଁ ମୋଦିଙ୍କୁ ଧନ୍ୟବାଦ ସହ ଏନେଇ ସମସ୍ତ ମହିଳାଙ୍କୁ ଶୁଭକାମନା ଜଣାଉଛି। ଏବଂ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନରେ ସାମିଲ ହେବା ନିଜ ପାଇଁ ଏକ ଭଲ ଅଭିଜ୍ଞତା ରହିଲା। ସେହିପରି ଅଭିନେତ୍ରୀ ତମନ୍ନା ଭାଟ୍ଟିଆ କହିଛନ୍ତି, ଏହି ବିଲ୍ ସାଧାରଣ ଲୋକଙ୍କୁ ରାଜନୀତିରେ ଏଣ୍ଟ୍ରି କରିବାକୁ ଆକର୍ଷିତ କରିବା ସହ ପ୍ରେରଣା ଯୋଗାଇବ। 

ଏହା ମଧ୍ୟ ପଢନ୍ତୁ: ନୂଆ ସଂସଦ ବୁଲିଲେ 'ଥ୍ୟାଙ୍କ ୟୁ ଫର୍ କମିଂ'ର ପୁରା କାଷ୍ଟ, ମହିଳା ସଂରକ୍ଷଣ ବିଲକୁ ନେଇ ରଖିଲେ ମତ 

ଅନ୍ୟପଟେ ହ୍ରିସିତା ଭଟ୍ଟ ମଧ୍ୟ ନୂଆ ସଂସଦ ଭବନ ବୁଲିବା ସହ ମହିଳା ସଂରକ୍ଷଣ ବିଲ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମହିଳାଙ୍କ ପାଇଁ ଏହା ଠାରୁ ବଡ କଥା ଆଉ କଣ। ମୋଦି ଜୀ ଙ୍କ ନେତୃତ୍ବରେ ଏହା ହୋଇପାରିଛି। ଯେବେ ଠାରୁ ମୋଦି ଆରମ୍ଭ କରିଛନ୍ତି ବେଟି ବଚାଓ ଠାରୁ ବେଟି ପଢାଓ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ମହିଳାଙ୍କୁ ଆଗେଇ ରଖି ଆସୁଛନ୍ତି। ଏବଂ ମହିଳାମାନେ ବି ଭଲ କାମ କରି ଦେଶର ନାଁ ମଧ୍ୟ ରଖିଛନ୍ତି। ମୁଁ ଖୁସି ଯେ ମୁଁ ଜଣେ ଭାରତୀୟ। ଏବଂ ସମସ୍ତ ନାରୀଙ୍କ ତରଫରୁ ଏହା କହିବି, 'ଯଦି ନିଜ ପାଖରେ ଅଛି ଦମ୍ ତେବେ ଡର ନାହିଁ, କିଛି କରି ଦେଖାଅ ଯେପରି ଆମେ କାହାଠାରୁ କମ ନୁହଁ।''

ସେପଟେ ବଲିଉଡ ଅଭିନେତ୍ରୀ ତଥା ସାଂସଦ ହେମା ମାଲିନୀ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା ବହୁତ ଭଲ ପଦକ୍ଷେପ। ଏଣୁ ଆମେ ତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ କୃତଜ୍ଞତା ଜଣାଉଛୁ। ପ୍ୟାପ୍ସ ହେମାଙ୍କୁ ପଚାରିଥିଲେ, ଅନେକ ଲୋକ ଏହି ବିଲ୍ ନେଇ ପ୍ରଶ୍ନ ଉଠାଉଛନ୍ତି ଏବଂ ଆପତ୍ତି ମଧ୍ୟ ଉଠାଉଛନ୍ତି। ଏହାର ଉତ୍ତରରେ ସେ କହିଛନ୍ତି, ପ୍ରଶ୍ନ କରୁଥିବା ଲୋକ ଅନେକ ପ୍ରଶ୍ନ ଉଠାଇବେ। କିନ୍ତୁ ଯାହାକୁ କାମ କରିବାର ଥିଲା ସେ କରି ଦେଖାଇଛନ୍ତି। ଯାହା ଆଜି ଯାଏଁ ହୋଇନଥିଲା ତାହାକୁ ମୋଦି ଏହା କରି ଦେଖାଇଛନ୍ତି। 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.