ନୂଆ ସଂସଦ ବୁଲିଲେ 'ଥ୍ୟାଙ୍କ ୟୁ ଫର୍ କମିଂ'ର ପୁରା କାଷ୍ଟ, ମହିଳା ସଂରକ୍ଷଣ ବିଲକୁ ନେଇ ରଖିଲେ ମତ

By ETV Bharat Odisha Team

Published : Sep 20, 2023, 7:34 PM IST

thumbnail

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗକୁ ନେଇ ଆଲୋଚନା ଜୋର ଧରିଛି । ଏନେଇ ଅନେକ ରାଜନେତା ଏବଂ ବଲିଉଡ ସେଲିବ୍ରଟି ନିଜର ମତ ଦେଇଛନ୍ତି । ଗତକାଲି କଙ୍ଗନା ରାଣାୱତ ଏବଂ ଇଶା ଗୁପ୍ତାଙ୍କୁ ନୂଆ ସଂସଦରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଉଭୟ ମହିଳା ସଂରକ୍ଷଣ ବିଲ୍କୁ ନେଇ ପ୍ରତିକ୍ରିୟା ଦେଇଥିବା ବେଳେ ବର୍ତ୍ତମାନ 'ଥ୍ୟାଙ୍କ ୟୁ ଫର୍ କମିଂ'ର ପୁରା କାଷ୍ଟ ନୂଆ ସଂସଦ ଭବନ ପରିଦର୍ଶନ କରିଛନ୍ତି । ଏହି ସମୟରେ ଏହି ବିଲ୍ ଆଗତ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । 'ଥ୍ୟାଙ୍କ ୟୁ ଫର୍ କମିଂ'ର କାଷ୍ଟଙ୍କ ମଧ୍ୟରେ ଭୂମି ପେଡନେକର, ଶେହନାଜ ଗିଲ, ଡଲି ସିଂ ଏବଂ ଶିବାନୀ ବେଦୀ ନୂଆ ସଂସଦ ଭବନ ବୁଲିଛନ୍ତି । 

ଏହି ସମୟରେ ସମସ୍ତ ଅଭିନେତ୍ରୀ ନୂଆ ସଂସଦ ଭବନର ଅଭିଜ୍ଞତା ସହ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ନାଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି - ସମସ୍ତ ମା' ଓ ଭଉଣୀଙ୍କ ତରଫରୁ ମୁଁ ସମ୍ମାନିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଏହା ବ୍ୟତୀତ ଅଭିନେତ୍ରୀ ଶେହନାଜ ଗିଲ ମଧ୍ୟ କହିଛନ୍ତି, ମୁଁ ପ୍ରଥମ ଥର ପାଇଁ ନୂତନ ସଂସଦରେ ପ୍ରବେଶ କରିବାର ସୁଯୋଗ ପାଇଲେ । ଏଣୁ ମୁଁ ବହୁତ ଖୁସି । ଏଥିସହ ମହିଳା ସଂରକ୍ଷଣ ବିଲ୍ ବିଷୟରେ ଶେହନାଜ କହିଛନ୍ତି ଯେ ଆମ ଦେଶରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମାନତା ପାଇବା ଏହା ଠାରୁ ଭଲ ନିଷ୍ପତ୍ତି ଆଉ କ'ଣ ହୋଇପାରେ ? ମୁଁ ମହିଳାମାନଙ୍କୁ ସମର୍ଥନ କରିବାକୁ ଏଠାକୁ ଆସିଛି । ଆମେ ଟିଭିରେ ଏସବୁ ଦେଖୁ । ଆଜି ଲାଇଭ୍ ବିତର୍କ ଦେଖି ମୋତେ ବହୁତ ଭଲ ଲାଗିଲା। ସେହିପରି ଡଲି ସିଂ କହିଛନ୍ତି, ଏହା ବହୁତ ଭଲ ନିଷ୍ପତ୍ତି, ନାରୀମାନଙ୍କୁ ଆଗକୁ ବଢିବା ବହୁତ ଜରୁରୀ । ଏଥିପାଇଁ ବହୁତ ଖୁସି ଅନୁଭବ ହେଉଛି। 

ଏହା ମଧ୍ୟ ପଢନ୍ତୁ: Women Reservation Bill: ମହିଳା ସଂରକ୍ଷଣ ବିଲ୍ ଆଗତ, ସେଲିବ୍ରିଟି କହିଲେ 'ଆମ ଟାଇମ୍ ଆସିଗଲା'

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.