ETV Bharat / entertainment

Women Reservation Bill: ମହିଳା ସଂରକ୍ଷଣ ବିଲ୍ ଆଗତ, ସେଲିବ୍ରିଟି କହିଲେ 'ଆମ ଟାଇମ୍ ଆସିଗଲା'

author img

By ETV Bharat Odisha Team

Published : Sep 19, 2023, 4:54 PM IST

Updated : Sep 19, 2023, 5:27 PM IST

ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । ଏନେଇ ବର୍ତ୍ତମାନ ବଲିଉଡ ସେଲିବ୍ରିଟିମାନେ ପ୍ରତିକ୍ରିୟା ଦେଇଛନ୍ତି। କଙ୍ଗନାଙ୍କ ଠାରୁ ଆରମ୍ଭ କରି ଇଶା ଗୁପ୍ତା, ପୁନମ କୌରଙ୍କ ସମେତ ସମସ୍ତ ସେଲିବ୍ରିଟି ଏହି ବିଲ୍ ପାରିତ ନେଇ ନିଜ ଖୁସି ଜାହିର କରିଛନ୍ତି। ଅଧିକ ପଢନ୍ତୁ...

ମହିଳା ସଂରକ୍ଷଣ ବିଲ୍‌ ପାରିତ ନେଇ ସେଲିବ୍ରିଟିଙ୍କ ପ୍ରତିକ୍ରିୟା, କହିଲେ- 'ଆମ ଟାଇମ୍ ଆସିଗଲା'
ମହିଳା ସଂରକ୍ଷଣ ବିଲ୍‌ ପାରିତ ନେଇ ସେଲିବ୍ରିଟିଙ୍କ ପ୍ରତିକ୍ରିୟା, କହିଲେ- 'ଆମ ଟାଇମ୍ ଆସିଗଲା'

ମହିଳା ସଂରକ୍ଷଣ ବିଲ୍ ଆଗତ, ସେଲିବ୍ରିଟି କହିଲେ 'ଆମ ଟାଇମ୍ ଆସିଗଲା'

ହାଇଦ୍ରାବାଦ: ଗତକାଲି (ସେପ୍ଟେମ୍ବର 18) ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କେନ୍ଦ୍ର କ୍ୟାବିନେଟ୍ ମହିଳା ସଂରକ୍ଷଣ ବିଲ୍ ଅନୁମୋଦନ ହୋଇଛି। ଏହା ଅନୁଯାୟୀ ଲୋକସଭା ତଥା ରାଜ୍ୟସଭାରେ ମହିଳାମାନଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହି ବିଲ୍ ଅନୁମୋଦନ ପରେ ବର୍ତ୍ତମାନ ସେଲିବ୍ରଟିମାନେ ପ୍ରତିକ୍ରିୟା ଦେଇଛନ୍ତି। କଙ୍ଗନା ରାଣାୱତଙ୍କ ସହ ଅନେକ ଅଭିନେତ୍ରୀ ଏହି ନିଷ୍ପତ୍ତି ଉପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

  • If passing the #womensreservationbill will reduce the crime rate which has been increasing over the years - I pray this Ganesh Chaturthi that this should be passed unanimously keeping in mind to be used rightfully for all sections of the society, beyond political greed or glory🙏

    — पूनम कौर ❤️ poonam kaur (@poonamkaurlal) September 18, 2023 " class="align-text-top noRightClick twitterSection" data=" ">

ନୂଆ ସଂସଦ ଭବନରେ ପହଞ୍ଚିଥିଲେ ବଲିଉଡ କୁଇନ କଙ୍ଗନା ରାଣାୱତ ଏବଂ ଇଶା ଗୁପ୍ତା। କଙ୍ଗନା ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା କରି କହିଛନ୍ତି, "ଏହା ଏକ ଚମତ୍କାର ଚିନ୍ତାଧାରା, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏହି ସରକାର ଏବଂ ମହିଳାଙ୍କ ଉନ୍ନତି ପ୍ରତି ତାଙ୍କର ଚିନ୍ତାଧାରା ହେତୁ ଏହା ହେଉଛି।" ସେପଟେ କଙ୍ଗନା ଏକ୍ସ ଏବଂ ଇନଷ୍ଟାଗ୍ରାମ ଷ୍ଟୋରୀରେ ବି ଏକ ପୋଷ୍ଟ ସେୟାର କରି କଙ୍ଗନା ଲେଖିଛନ୍ତି, ଆମେ ସବୁ ଏକ ନୂଆ ଯୁଗର ସାକ୍ଷୀ ହେଉଛୁ। ଆମ ଟାଇମ୍ ଆସିଗଲା। ଏହା ମହିଳାମାନଙ୍କ ସମୟ। ଯୁବ ମହିଳାଙ୍କ ସମୟ। ଏହା ବୃଦ୍ଧ ମହିଳାମାନଙ୍କର ସମୟ। ନୂତନ ଦୁନିଆକୁ ଆପଣଙ୍କ ସ୍ୱାଗତ, ଆମ ସ୍ୱପ୍ନକୁ ଭାରତରେ ସ୍ୱାଗତ।'

  • #WATCH | On Women's Reservation Bill, actor Kangana Ranaut says, " This is a wonderful idea, this is all because of our honourable PM Modi and this govt and his (PM Modi) thoughtfulness towards the upliftment of women" pic.twitter.com/xrtFZBZkNW

    — ANI (@ANI) September 19, 2023 " class="align-text-top noRightClick twitterSection" data=" ">

କଙ୍ଗନା ବ୍ୟତୀତ ଅଭିନେତ୍ରୀ ଇଶା ଗୁପ୍ତା ମଧ୍ୟ ସଂସଦ ଭବନରେ ପହଞ୍ଚିଥିଲେ। ଏହି ବିଷୟରେ ସେ କହିଛନ୍ତି, "ଏହା ଏକ ସୁନ୍ଦର କାର୍ଯ୍ୟ ଯାହା ପିଏମ ମୋଦୀ କରିଛନ୍ତି। ଏହା ଏକ ପ୍ରଗତିଶୀଳ ଧାରଣା। ଏହି ସଂରକ୍ଷଣ ବିଲ୍ ମହିଳାମାନଙ୍କୁ ସମାନ ଅଧିକାର ଦେବ। ଏହା ଆମ ଦେଶ ପାଇଁ ଏକ ବଡ ପଦକ୍ଷେପ।" ପ୍ରଧାନମନ୍ତ୍ରୀ ମୋଦୀ ଯାହା ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିଛନ୍ତି।

  • #WATCH | Delhi: On the Women's Reservation Bill, Actress Esha Gupta says, "It's a beautiful thing that PM Modi has done. It's a very progressive thought...This Reservation Bill will give equal powers to women...It's a big step for our country. PM Modi promised it and delivered… pic.twitter.com/bqPirQcv4V

    — ANI (@ANI) September 19, 2023 " class="align-text-top noRightClick twitterSection" data=" ">

ସେହିପରି ସାଉଥର ଅଭିନେତ୍ରୀ ପୁନମ କୌର ଗତକାଲି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଏହି ବିଲ୍ ପାସ୍ କରିବା ଦ୍ୱାରା ଅପରାଧ ହାର ହ୍ରାସ ପାଇବ। ଯାହା ବର୍ଷ ବର୍ଷ ଧରି ବୃଦ୍ଧି ପାଉଛି, ମୁଁ ଗଣେଶ ଚତୁର୍ଥୀରେ ଗଣେଶ ଜୀଙ୍କୁ ପ୍ରାର୍ଥନା କରୁଛି ଯେ ରାଜନୈତିକ ଲାଳସା କିମ୍ବା ମହିମା ଠାରୁ ଉପରେ ସମାଜର ସମସ୍ତ ବର୍ଗଙ୍କ ପାଇଁ ସଠିକ୍ ଭାବରେ ବ୍ୟବହାର କରିବାକୁ ଧ୍ୟାନରେ ରଖି ଏହା ସର୍ବସମ୍ମତିକ୍ରମେ ପାସ କରାଯାଉ।

ସେପଟେ ମହିଳା ସଂରକ୍ଷଣ ବିଲ୍ ଅନୁମୋଦନ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ତଥା ଚଳଚ୍ଚିତ୍ର ତାରକା ଶତ୍ରୁଘ୍ନ ସିହ୍ନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ହେଉଛି କିନ୍ତୁ ବିଳମ୍ବରେ ଆଲୋଚନା ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ସମସ୍ତଙ୍କୁ ଜଣା ଯେ କେଉଁ କାରଣରୁ ଏବଂ ଲୋକଙ୍କ କାରଣରୁ ଏହି ବିଲ୍ ପାରିତ ହୋଇନଥିଲା। ମହିଳା ସଂରକ୍ଷଣ ବିଲ୍କୁ ଆମେ ସମର୍ଥନ କରୁଛୁ। ସେ କହିଛନ୍ତି, ମମତା ବାନାର୍ଜୀ ପ୍ରଥମେ ଏହି ବିଲ ନେଇ ସ୍ୱର ଉତ୍ତୋଳନ କରିଥିଲେ। ଏହାକୁ ଆମ ଦଳ ସର୍ବଦା ସମର୍ଥନ କରିଆସୁଛି।

  • #WATCH | Delhi: On Women's Reservation Bill, TMC MP Shatrughan Sinha says, "The discussions are on, I will say that it is better late than never. Our leader Mamata Banerjee only raised this issue first...But I would like to say that all these talks could have been done in the… pic.twitter.com/GuwFM1EBGP

    — ANI (@ANI) September 18, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ‘ଗଣପଥ’ରୁ କ୍ରିତି ସାନନ୍‌ଙ୍କ ନୂଆ ପୋଷ୍ଟର ଆଉଟ୍‌, ଜସି ଭୂମିକାରେ ଆସିବେ ନଜର

ସେହିପରି ଜନସେନା ନେତା ତଥା ସାଉଥ ଅଭିନେତା ପୱନ କଲ୍ୟାଣ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବହୁ ବର୍ଷ ଧରି ବିଚାରାଧୀନ ଥିବା ଏହି ବିଲ୍ ଉପରେ ମୋଦି ଅନୁମୋଦନ କରିବା ପରେ ଖୁସି ଅଛି।

Last Updated : Sep 19, 2023, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.