ବାଲିଯାତ୍ରା ଷଷ୍ଠ ସନ୍ଧ୍ୟା: ଗୀତରେ ଝୁମାଇଲେ ସଚିନ-ଜିଗର

By ETV Bharat Odisha Team

Published : Dec 3, 2023, 11:01 AM IST

thumbnail

କଟକ: କଟକ ବାଲିଯାତ୍ରାର ଗତକାଲି ଥିଲା ଷଷ୍ଠ ସଂନ୍ଧ୍ୟା । ଏହି ଅବସରରେ ବଲିଉଡର କଣ୍ଠଶିଳ୍ପୀଙ୍କ ତାଳରେ ବାଲିଯାତ୍ରା ମାହୋଲ ଦ୍ବିଗୁଣିତ ହୋଇଥିଲା । ବଲିଉଡ୍‌ର ଯୁବ ସେନ୍ସେସନ୍‌ ସଚିନ୍-ଜିଗର ଯୋଡି ଏହି ଷଷ୍ଠ ସଂନ୍ଧ୍ୟାକୁ ଅଧିକ ରଙ୍ଗୀନ କରି ଦେଇଥିଲେ । ଏହି ଯୋଡ଼ିଙ୍କ ଗୀତରେ ଝୁମିଥିଲେ ଦର୍ଶକ । ଶନିବାର ୱିକେଣ୍ଡ ହୋଇଥିବାରୁ ବାଲିଯାତ୍ରା ପଡ଼ିଆ ଲୋକାରଣ୍ୟ ହୋଇଉଠିଥିଲା । ଏବଂ ବାଲିଯାତ୍ରାରେ ଗତକାଲି ରେକର୍ଡ ସଂଖ୍ୟକ ଭିଡ଼ ପରିଲକ୍ଷିତ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଳାରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ପରିସ୍ଥତି ଏପରି ହୋଇଥିଲା କି ସନ୍ଧ୍ୟା ୬ଟାରୁ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଜାମ ହୋଇଯାଇଥିଲା । ଜିଲ୍ଲା ପ୍ରଶାସନର ଆକଳନ ମୁତାବକ ଶନିବାର ସଂନ୍ଧ୍ୟାରେ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାଲିଯାତ୍ରା ପଡ଼ିଆକୁ ଆସିଥିଲେ । ତେବେ ଆଜି ରବିବାର ଥିବାରୁ ଚଳିତ ବାଲିଯାତ୍ରା ସର୍ବାଧିକ ଭିଡ଼ ଆଜି ପରିଲକ୍ଷିତ ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହା ସହ ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକ ଓ ତାଙ୍କ ଟିମ୍‌ ଆଜି ବାଲିଯାତ୍ରାରେ ସାମିଲ ହୋଇ ସଙ୍ଗୀତ ପରିବେଷଣ କରିବାକୁ ଯାଉଥିବାରୁ ରବିବାର ସଂନ୍ଧ୍ୟା ବେଶ ରୋମାଞ୍ଜକର ହେବ ବୋଲି କୁହାଯାଉଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.