ବାଲିଯାତ୍ରାରେ ବଲିଉଡ ଏଣ୍ଟ୍ରି, କମାଲ ଦେଖାଇବେ ଲୋକପ୍ରିୟ ସିଙ୍ଗର ଅନୁମଲିକ ଓ ସଚିନ ଜିଗର

By ETV Bharat Odisha Team

Published : Nov 21, 2023, 9:42 PM IST

thumbnail

କଟକ: ଆଉ କେଇଟା ଦିନର ଅପେକ୍ଷା । ଏହାପରେ ଚଳଚଞ୍ଚଳ ହୋଇଉଠିବ ସିଲଭର ସିଟି କଟକ । ଆସନ୍ତା ୨୭ ତାରିଖରୁ କଟକର ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଛି । ବାଲିଯାତ୍ରା ସନ୍ଧ୍ୟାରେ ପ୍ରତିଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଷ୍ଟେଜ ପ୍ରୋଗ୍ରାମରେ ସେଲିବ୍ରିଟିଙ୍କ ଗୀତ ପରିବେଷଣରେ ଦୁଲିକିବ ସହର । ଏ ନେଇ କଟକବାସୀଙ୍କ ସମେତ ସାରା ରାଜ୍ୟବାସୀଙ୍କ ମନରେ ଭରିଲାଣି ଉତ୍କଣ୍ଠା । ତେବେ ବାଲିଯାତ୍ରାର ସନ୍ଧ୍ୟାକୁ ଆହୁରି ଆକର୍ଷଣୀୟ କରିବାକୁ ଓଡ଼ିଶା ଆସିବେ ବଲିଉଡର ଲୋକପ୍ରିୟ ପ୍ଲେବ୍ୟାକ ସିଙ୍ଗର ଅନୁ ମଲିକ ଓ ମ୍ୟାଜିକାଲ ଡ୍ୟୋ ସଚିନ-ଜିଗର । ଷ୍ଟେଜ୍‌ ପ୍ରୋଗ୍ରାମ ମାଧ୍ୟମରେ ଏମାନେ ଦେଖାଇବେ କମାଲ । ଆଉ ଝୁମିବେ ଦର୍ଶକ । ଏନେଇ ଏହି ଲୋକପ୍ରିୟ ସିଙ୍ଗର ଭିଡିଓ ଜାରି କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.