କଂଗ୍ରେସକୁ ଭରସା କଲେ ଜଗତସିଂହପୁର ପୌରାଞ୍ଚଳବାସୀ, ବିକାଶ ପାଇଁ କାମ କରିବେ କହିଲେ ବିଜୟୀ ପ୍ରାର୍ଥୀ

By

Published : Mar 26, 2022, 1:04 PM IST

Updated : Feb 3, 2023, 8:21 PM IST

thumbnail

ଜଗତସିଂହପୁର: ଜଗତସିଂହପୁରରେ ପୌର ନିର୍ବାଚନ ଭୋଟ ଗଣତି ଜାରି ରହିଛି । କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ସିଂ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମହାପାତ୍ରଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି । ଅର୍ଚ୍ଚନା ସିଂ 5951 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିନିଧି ବିଜେଡି ପ୍ରାର୍ଥୀ ରାଜଶ୍ରୀ ମହାପାତ୍ର 5522 ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ଆଗାମୀ ଦିନରେ ଜଗତସିଂହପୁର ସହରର ବିକାଶ ପାଇଁ କଂଗ୍ରେସ କାମ କରିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଜୟୀ ପ୍ରାର୍ଥୀ ଅର୍ଚ୍ଚନା ସିଂ  ।  ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.