ମହାସପ୍ତମୀ: ଧରାବତରଣ କଲେ ଜଗତଜନନୀ ମା' ଦୁର୍ଗା

By

Published : Oct 12, 2021, 3:40 PM IST

thumbnail

ଭୁବନେଶ୍ବର: ଧରାବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା । ଆଜି(ମଙ୍ଗଳବାର) ମଣ୍ଡପରେ ମା'ଙ୍କ ସପ୍ତମୀ ପୂଜାରେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଆଜି ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କୁ ଚକ୍ଷୁଦାନ କରାଯାଇଛି । ଏହାସହିତ ଆରମ୍ଭ ହୋଇଛି ସପ୍ତମୀର ପୂଜା । କୋରୋନା କଟକଣା ପାଇଁ ଏଥର ମଧ୍ୟ ଆବଦ୍ଧ ପୂଜା ମଣ୍ଡପରେ ମାଆ ପୂଜା ପାଉଛନ୍ତି । ଆସନ୍ତାକାଲି ଅଷ୍ଟମୀ ପୂଜା ସହିତ ବ୍ରତ ପୂଜା କରାଯିବ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.