ସିନ୍ଦୂର ଖେଳି ମା'ଙ୍କୁ ମେଲାଣି ଦେଲେ ରାଜଧାନୀ ବାସିନ୍ଦା

By

Published : Oct 16, 2021, 5:32 PM IST

thumbnail

ଭୁବନେଶ୍ବର: ଆଜି ହେଉଛି ମା'ଙ୍କ ମେଲାଣି ପର୍ବ । ବିଜୟା ଦଶମୀରେ ବଙ୍ଗୀୟ ସମ୍ପ୍ରଦାୟର ସଧବା ମହିଳାମାନେ ବିଭିନ୍ନ ପୂଜା ମଣ୍ଡପରେ ମାଁଙ୍କୁ ପାନ ପତ୍ରରେ ବରଣ କରିବା ସହିତ ସିନ୍ଦୂର ଖେଳିଥାନ୍ତି । ବିଶେଷ କରି ପଶ୍ଚିମ ବଙ୍ଗରେ ଏହି ଖେଳ ବେଶ ଧୁମଧାମରେ ପାଳନ କରାଯାଉଥିବା ବେଳେ ଓଡିଶାରେ ମଧ୍ୟ କେତେକ ସ୍ଥାନରେ ଦେଖିବାକୁ ମିଳିଛି ସିନ୍ଦୂର ଖେଳ । କୋଭିଡ କଟକଣା ମଧ୍ୟରେ ଭୁବନେଶ୍ବରରେ ମଧ୍ୟ ଏହି ଖେଳ ବେଶ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଛି । ବିଜୟା ଦଶମୀରେ ବରଣ ଉତ୍ସବରେ ରହିଛି ବେଶ ସ୍ବତନ୍ତ୍ରତା । ସିନ୍ଦୂର ମରା ଖେଳରେ ମା'ଙ୍କୁ ବିଦାୟ ଦିଆଯିବ । କେବଳ ପଶ୍ଚିମ ବଙ୍ଗ ନୁହେଁ ଓଡିଶାରେ ମଧ୍ୟ ଏହି ବଙ୍ଗୀୟ ପରମ୍ପରାର ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.