Panchayat Election: ଗୋପାଳପୁରରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର

By

Published : Feb 16, 2022, 9:31 AM IST

Updated : Feb 3, 2023, 8:16 PM IST

thumbnail

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ସରଗରମ ରାଜନୀତି । କିଏ କେତେ ଲୋକମତ ହାତେଇବ ତାକୁ ନେଇ ଆରମ୍ଭ ହୋଇ ଗଲାଣି କଳ୍ପନାଜଳ୍ପନା । ସେହିପରି ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ ସମର୍ଥକଙ୍କୁ ଧରି କରୁଛନ୍ତି ଶୋଭାଯାତ୍ରା । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଯୋର ଧରିଲାଣି ଶେଷ ପର୍ଯ୍ୟାୟର ନିର୍ବାଚନ ପ୍ରଚାର । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀର ନାରାୟଣପୁର ପଞ୍ଚାୟତରେ ଜାରି ରହିଛି ପ୍ରାର୍ଥୀଙ୍କ ଯୋରଦାର ପ୍ରଚାର । ସରପଞ୍ଚ ପ୍ରାର୍ଥୀ ଏନ୍.ମନିଷା ରେଡି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଭୋଟଭିକ୍ଷା କରୁଛନ୍ତି । ଏହି ଅବସରରେ ପ୍ରଚାର କରୁଥିବା ପ୍ରାର୍ଥିନୀ ଓ ସେମାନଙ୍କ ସମର୍ଥକଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

Last Updated : Feb 3, 2023, 8:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.