ବନ୍ୟା ସ୍ରୋତରେ ଭାସିଗଲା ଟ୍ରାକ୍ଟର: ଅଳ୍ପକେ ବର୍ତ୍ତିଲେ ୨ ଯୁବକ

By

Published : Sep 18, 2021, 8:52 AM IST

thumbnail

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଏବେ ପାଣି ଘେରରେ ରହିଛି । ପ୍ରମୁଖ ନଦୀ ଗୁଡିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସିଛି । ନଦୀ ପାଣି ତଳିଆ ଅଞ୍ଚଳ ଗୁଡିକରେ ପ୍ରବେଶ କରିବା ଯୋଗୁଁ ଏକ ପ୍ରକାର ବନ୍ୟା ସୃଷ୍ଟି ହୋଇଛି। ଜିଲ୍ଲା ସଦର ବ୍ଲକ ଛାନୂଆ ପଞ୍ଚାୟତ ଶିଲଦା ଅଞ୍ଚଳର ଏକ ଟ୍ରାକ୍ଟର ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଇଥିବା ଦେଖିବାକୁ ମିଳିଥିଲା। ଟ୍ରାକ୍ଟରରେ ଥିବା ଦୁଇଜଣ ଯୁବକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ଏବେ ଯାଏଁ ପ୍ରଶାସନିକ ଅଧିକାରୀ ବନ୍ୟାଞ୍ଚଳ ପରିଦର୍ଶନ କରି ନଥିବା ଅଭିଯୋଗ ହୋଇଛି। ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.