Cyclone Jawad Effect: ଉଜୁଡିଲା ଫସଲ, ହତାଶ ଚାଷୀ

By

Published : Dec 5, 2021, 8:44 PM IST

thumbnail
()

ଜଗତସିଂହପୁର: ଜିଲ୍ଲାରେ ବାତ୍ୟା ଜୱାଦର ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଫଳରେ ପାଚିଲା ଧାନ ବର୍ଷା ପାଣିରେ ବୁଡିଯିବା ସହିତ ଫସଲ ନଷ୍ଟ ହୋଇଛି। ଯାହାକୁ ନେଇ ଚାଷୀକୁଳ ଏବେ ହତାଶ ହୋଇ ପଡିଛି । ଋଣ କରି ଏକର ଏକର ଧାନଚାଷ କରିଥିବା ଚାଷୀ କିପରି ଋଣ ସୁଝିବ ତାକୁ ନେଇ ସେ ଚିନ୍ତାରେ। ଏନେଇ ଗ୍ରାଉଣ୍ତରେ ସ୍ଥିତି ପରଖିଥିଲା ଇଟିଭି ଭାରତ । ମୁରୁଣିଆ ଗାଁଟି ତଳି ଅଞ୍ଚଳ ହୋଇ ଥିବାରୁ ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି । ଜଳ ନିଷ୍କାସନ ପାଇଁ କୈଣସି ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ହେଲେ ଏଠି ପାଣି ଜମିଯାଇଥାଏ । ଆଉ ସମ୍ପୂର୍ଣ୍ଣ ଅଞ୍ଚଳ ଜଳମଗ୍ନ ହେବା ସହିତ ଫସଲ ନଷ୍ଟ ମଧ୍ୟ ହୋଇଯାଇଥାଏ । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.