ଦିଲ୍ଲୀରେ ପ୍ରବଳ ବର୍ଷା, ବିମାନବନ୍ଦରରେ ନଦୀର ଭ୍ରମ

By

Published : Sep 11, 2021, 3:59 PM IST

thumbnail

ନୂଆଦିଲ୍ଲୀ: ବର୍ଷାରେ ବେହାଲ ଜାତୀୟ ରାଜଧାନୀ ଦିଲ୍ଲୀ । ବିମାନବନ୍ଦର ପାଲଟିଲା ନଦୀ । କେବଳ ବିମାନବନ୍ଦର ନୁହେଁ, ରାଜଧାନୀର ସମସ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ଦେଖିବାକୁ ମିଳିଛି । ଆଜି(ଶନିବାର) ପ୍ରବଳ ବର୍ଷା କାରଣରୁ ଇନ୍ଦିରା ଗାନ୍ଧି ବିମାନବନ୍ଦର ସମେତ ରାସ୍ତା ଘାଟ, ବସ୍ ଷ୍ଟପ୍ ସବୁକିଛି ଜଳମଗ୍ନ ହୋଇଯାଇଛି । ଏତେ ମାତ୍ରାରେ ବର୍ଷା ହୋଇଥିଲା ଯେ, ବିମାନଗୁଡିକ ପାଣିରେ କୌଣସି ନଦୀ କିମ୍ବା ଜଳଭାଗରେ ଥିବା ପରି ମନେ ହେଉଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.