ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ

By

Published : Apr 2, 2022, 4:28 PM IST

Updated : Feb 3, 2023, 8:21 PM IST

thumbnail

ନବରଙ୍ଗପୁର: ଜିଲ୍ଲାରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଜଙ୍ଗଲରେ ଖାଦ୍ୟ ନପାଇ କିଛିଦିନ ହେଲା ରାତିରେ ଖାଦ୍ୟ ଅନ୍ବେଷଣରେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ସଲପା ଗାଁକୁ ତିନୋଟି ଭାଲୁ ଆସୁଥିବା ଦେଖିବାକୁ ମିଳିଛି । ଭାଲୁ ଗୁଡିକ ଗାଁ ଡ୍ରେନ ଓ ଘର ବାହାରେ ପଡୁଥିବା ଅଳିଆରୁ ଖାଦ୍ୟ ଖାଉଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଏମାନେ କାହାର କିଛି କ୍ଷତି କରିନଥିଲେ ହେଁ ଲୋକେ ଭୟଭୀତ ଅଛନ୍ତି । ଜଙ୍ଗଲରେ ଭାଲୁ ଖାଇବାକୁ ନପାଇ ପ୍ରାୟ ପ୍ରତିଦିନ ଗାଁମୁହାଁ ହେଉଛନ୍ତି । ଏବେ ଖରା ବଢିଯାଇଥିବାରୁ ଜଙ୍ଗଲରେ ନିଆଁ ମଧ୍ୟ ଦେଖିବାକୁ ମିଳୁଛି । ନିଆଁକୁ ଡରି ଭାଲୁ ଓ ଅନ୍ୟ ଜୀବଜନ୍ତୁ ଗାଁମୁହାଁ ହେଉଥିବା ମଧ୍ୟ ଜଣାପଡିଛି । ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.