Bageshwar Dham Maharaj: ବାଗେଶ୍ୱର ଧାମରେ ଶ୍ରଦ୍ଧାଳୁଙ୍କ ଭିଡ, ବାବା ଭୂତ କବଳରୁ ରକ୍ଷା କରୁଥିବା ଲୋକଙ୍କ ଦାବି !

By

Published : Jan 21, 2023, 10:54 PM IST

Updated : Feb 3, 2023, 8:39 PM IST

thumbnail

ରାୟପୁର: ଛତିଶଗଡ଼ର ରାୟପୁରରେ ବାଗେଶ୍ବର ଧାମର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ନିକଟରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବହୁ ଦୂର ଦୂରାନ୍ତରୁ ଲୋକମାନେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ବାବାଙ୍କ ନିକଟରେ ପହଞ୍ଚିଛନ୍ତି । ନିଜ ସମସ୍ୟାର ସମାଧାନ ପାଇଁ ଏଠାକୁ ଆସିଥିବା ଅନେକ ମହିଳା ଅଜବ ଆଚରଣ କରୁଥିବା ଦେଖିବାକୁ ମିଳିଛି । ବାଗେଶ୍ବର ଧାମ ମହାରାଜାଙ୍କ ସହ ଜଡିତ ଲୋକଙ୍କ ଅନୁଯାୟୀ ଏହି ମହିଳାମାନେ ଅଦୃଶ୍ୟ ଶକ୍ତିର ଶିକାର ହେଉଛନ୍ତି ।  

ହଠାତ ଚିତ୍କାର କଲେ ମହିଳା ଓ ପୁରୁଷ:- ଯେତେବେଳେ ଇଟିଭି ଭାରତ ସମ୍ବାଦଦାତା ରିପୋର୍ଟିଂ କରୁଥିଲେ, ସେତେବେଳେ ହଠାତ ୨୦ରୁ ଅଧିକ ମହିଳା ଏବଂ ପୁରୁଷ ଚିତ୍କାର କରିବା ଆରମ୍ଭ କରିଥିଲେ । ପରେ ଏଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହା ପରେ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ ସମସ୍ତ ଲୋକଙ୍କୁ ନିଜ ସ୍ଥାନରେ ବସି ହନୁମାନ ଚାଳିଶା ପାଠ କରିବାକୁ ଅନୁରୋଧ କରିଥିଲେ । ଏହା ପରେ ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସିଥିଲା ।

ହନୁମାନ ଚାଳିଶା ପାଠ ପରେ ଲୋକେ ଶାନ୍ତ ହୋଇଥିବା ଦାବି:- ଏଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ତଥା ବାଗେଶ୍ବର ଧାମ ମହାରାଜା ଧୀରେନ୍ଦ୍ର ଶାସ୍ତ୍ରୀ ଦାବି କରିଛନ୍ତି ଯେ ହନୁମାନ ଚାଳିଶା ପାଠ କରିବା ଯୋଗୁଁ ଅଦୃଶ୍ୟ ଶକ୍ତି ଏବଂ ଖରାପ ଆତ୍ମାକୁ ଶାନ୍ତ କରାଯାଇଛି । ଏହା ପରେ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ ବାଗେଶ୍ବର ମହାରାଜାଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ ଲୋକଙ୍କୁ ଅପିଲ କରି କହିଥିଲେ ଯେ ଆମେ କୌଣସି ଭୂତ କିମ୍ବା ଅଦୃଶ୍ୟ ଆତ୍ମାକୁ ଶିକାର ହୋଇଥିବା ଲୋକଙ୍କୁ ଠିକ୍ କରୁନାହୁଁ । ହନୁମାନ ଚାଳିଶା ପାଠ କରି ଏମାନେ ମୁକ୍ତ ହୋଇଛନ୍ତି । ସେଥିପାଇଁ ଏଭଳି ସମସ୍ୟା ହେଲେ ହନୁମାନ ଚାଳିଶା ପାଠ କରାଯିବା ଉଚିତ ।  

ଇଟିଭି ଭାରତ ସମସ୍ତ ଧାର୍ମିକ ଆସ୍ଥାକୁ ସମ୍ମାନ କରିଥାଏ । କିନ୍ତୁ କୌଣସି ଅନ୍ଧବିଶ୍ବାସ ଉପରେ ବିଶ୍ବାସ ରଖେ ନାହିଁ ।   

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.