ETV Bharat / sukhibhava

କ୍ୟାନସର ରୋଗୀଙ୍କ ପାର୍ଶ୍ବ ପ୍ରତିକ୍ରିୟାକୁ ଦୂର କରିପାରେ ଯୋଗ ଓ ନାଚ୍ୟୁରୋପାଥି

author img

By

Published : Feb 8, 2023, 12:31 PM IST

Yoga
Yoga

ରେଡିଏସନ, କେମୋଥେରାପି ଏବଂ ସର୍ଜରୀ ଭଳି ଚିକିତ୍ସାରେ ବିଭିନ୍ନ ପାର୍ଶ୍ବ ପ୍ରତିକ୍ରିୟାର ସମ୍ମୁଖୀନ ହୁଅନ୍ତି କର୍କଟ ରୋଗୀ । ଏକ ନୂତନ ଅନୁସନ୍ଧାନ ଏଥିରୁ ରକ୍ଷା ପାଇବାର ବାଟ ବାହାର କରିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତରେ ପ୍ରାୟ 1 ନିୟୁତ ଲୋକେ କର୍କଟର ଶିକାର ହେଉଛନ୍ତି । କର୍କଟକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରେଡିଏସନ, କେମୋଥେରାପି ଏବଂ ସର୍ଜରୀ ଭଳି ଚିକିତ୍ସା ବ୍ୟବହୃତ ହୁଏ, ତଥାପି ରୋଗର ମୂଳତ୍ପୋଟନ ହୋଇପାରୁ ନାହିଁ । ଅନ୍ୟପଟେ, ଏହି ସବୁ ଚିକିତ୍ସା ରୋଗୀମାନଙ୍କୁ କ୍ଳାନ୍ତ କରିଦେଉଛି ଏବଂ ଜୀବନଶୈଳୀକୁ ମଧ୍ୟ ପ୍ରଭାବିତ କରୁଛି । ଜାଣନ୍ତି କି, ଯୋଗ ଏବଂ ନାଚ୍ୟୁରୋପାଥି ଏହି ସମସ୍ୟାରୁ ରକ୍ଷା କରିପାରିବ । ଏନେଇ ଅନୁସନ୍ଧାନ କଣ କହୁଛି, ଜାଣନ୍ତୁ...

ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ହେଲ୍‌ଥ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ନାଚ୍ୟୁରୋପାଥି ଏବଂ ଯୋଗ କର୍କଟ ରୋଗଙ୍କ ମାନସିକ ସୁସ୍ଥତା ଏବଂ ଜୀବନଶୈଳୀରେ ଦୀର୍ଘମିଆଦି ଉନ୍ନତି ଆଣିପାରେ । ଏହା ସାହାଯ୍ୟରେ ରୋଗୀଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନିଜ ଯତ୍ନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ସହ ଜୀବନଶୈଳୀ ଉପରେ ଦୀର୍ଘମିଆଦି ସକରାତ୍ମକ ପ୍ରଭାବ ପକାଇପାରେ ।

116 ଜଣ ବୟସ୍କ ରୋଗୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ କୋଲୋନ୍‌ କ୍ୟାନସର ପାଇଁ ଅସ୍ତ୍ରୋପଚାର କରିଥିଲେ, ସେମାନଙ୍କର କେମୋଥେରାପି ବ୍ୟତୀତ ଯୋଗ ଏବଂ ନାଚ୍ୟୁରୋପାଥି ମାଧ୍ୟମରେ ହିମୋଗ୍ଲୋବିନ୍ ସ୍ତରର ଉନ୍ନତି ସହିତ ସାମଗ୍ରିକ କାର୍ଯ୍ୟକ୍ଷମ ଶକ୍ତିରେ ଉନ୍ନତି ଆସିଥିଲା ।

କର୍କଟ ରୋଗୀ ରେଡିଏସନ କିମ୍ବା କେମୋଥେରାପି ଗ୍ରହଣ କରିବା ଦ୍ବାରା ଡାଇରିଆ, ପାଟି ଘା', ଗଣ୍ଠି ଯନ୍ତ୍ରଣା, ଥକା, ଚର୍ମ ରୋଗ, ହାତ କିମ୍ବା ପାଦରେ ଅସ୍ଥିରତା, ଅନିଦ୍ରା, ବାନ୍ତି, ହଟ୍ ଫ୍ଲାସେସ୍, ପ୍ରତିରକ୍ଷା ପ୍ରଣାଳୀରେ ବ୍ୟାଘାତ ଆଦି ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହୋଇଥାଏ । ରେଡିଏସନ କିମ୍ବା କେମୋଥେରାପିରେ ଦେଖାଯାଉଥିବା ପାର୍ଶ୍ବ ପ୍ରତିକ୍ରିୟାରେ ଅନ୍ୟାନ ସମସ୍ୟା ମଧ୍ୟ ରହିଛି, ଫଳରେ ଅଧିକାଂଶ ଲୋକେ ଏହାକୁ ପସନ୍ଦ କରିନଥାନ୍ତି । ମାତ୍ର ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଏସବୁ ଚିକିତ୍ସା କରାଯାଏ । ତଥାପି ଏହାର ପାର୍ଶ୍ବ ପ୍ରତିକ୍ରିୟାକୁ ଏଡାଇବା ପାଇଁ ଯୋଗ ଏବଂ ନେଚ୍ୟୁରୋପାଥି ସର୍ବୋତ୍ତମ ଉପାୟ । ନିମ୍ନରେ ଏ ବାବଦରେ ଆଲୋଚନା କରାଯାଇଛି...

ଖାଦ୍ୟପେୟର ପରିବର୍ତ୍ତନ: ଅନେକ କେମୋଥେରାପି ଔଷଧ ପାଟି ଏବଂ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହା ଡାଇରିଆ କରିଥାଏ । କ୍ୟାନ୍ସର ରୋଗୀଙ୍କ ଖାଦ୍ୟରେ ପାଳଙ୍ଗ, କାଲେ, ଧନିଆ ପତ୍ର, ଗାଜର, ଆଳୁ, ପିଆଜ ଏବଂ ଟମାଟୋ ଅନ୍ତର୍ଭୁକ୍ତ କରି ଶରୀରରେ ଆବଶ୍ୟକ ଇଲେକ୍ଟ୍ରୋଲାଇଟ୍ ଯୋଗାଯାଇ ପାରିବ । ନିୟମିତ ଖାଦ୍ୟରେ ବ୍ଲାକ୍ ବିନ୍ସ ଏବଂ ଗାଢ ସବୁଜ ପତ୍ରଯୁକ୍ତ ପନିପରିବା ମଧ୍ୟ ଅସ୍ଥିରତା ଏବଂ ଥକାପଣକୁ ଦୂର କରିବାରେ ସାହାଯ୍ୟ କରିବ । କେମୋଥେରାପି ସମୟରେ ନିୟମିତ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ଜଣେ ପ୍ରତିଦିନ ଅଦା ଚା ପିଇବା ଉଚିତ୍ ।

ଯୋଗ: କର୍କଟ ହେଉଛି ଏକ ଅବସ୍ଥା ଯାହା ରୋଗୀର ଶାରୀରିକ ଶକ୍ତି ବ୍ୟତୀତ ରୋଗୀର ମାନସିକ କ୍ଷମତାକୁ ମଧ୍ୟ ଦୁର୍ବଳ କରିଥାଏ । ଏହି ରୋଗ ଆରୋଗ୍ୟହୀନ ବୋଲି ଭାବି ରୋଗୀମାନେ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ମଧ୍ୟ ଆଶା ହରାନ୍ତି । ଏହି ସମୟରେ ଜଣେ ରୋଗୀ ବିଭିନ୍ନ ମାନସିକ ଚିନ୍ତା ଦେଇ ଗତି କରିଥାଏ, ଯାହା ସେମାନଙ୍କର ସ୍ୱାସ୍ଥ୍ୟକୁ ଆହୁରି ଖରାପ କରିଦିଏ । ଏପରି ସମସ୍ୟାରୁ ରକ୍ଷା କରିବା ପାଇଁ ଯୋଗ ହେଉଛି ସର୍ବୋତ୍ତମ ଉପାୟ । ଯୋଗ ଅଭ୍ୟାସ କରୁଥିବା କର୍କଟ ରୋଗୀମାନେ ସେମାନଙ୍କର ଚିନ୍ତା, ଚାପ ଏବଂ ଟେନସନରୁ ଆରାମ ପାଇଥାନ୍ତି ବୋଲି ଅଧ୍ୟୟନରୁ ଜଣାପଡିଛି ।

ଏହା ସହିତ, ଏହା ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ଏବଂ ଲମ୍ବା କର୍କଟ ଚିକିତ୍ସାକୁ ପ୍ରତିହତ କରିବା ପାଇଁ ଶରୀର ଏବଂ ମନକୁ ଦୃଢ କରିଥାଏ ଯୋଗ । ଯୋଗ କର୍କଟ ରୋଗୀଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏବଂ କେମୋଥେରାପିର ଅନେକ ପ୍ରତିକୂଳ ପ୍ରଭାବକୁ ସାମ୍ନା କରିବାରେ ସାହାଯ୍ୟ କରେ । ନିୟମିତ ଜୀବନକୁ ଫେରିବା ଏବଂ କର୍କଟ ଚିକିତ୍ସା ଗ୍ରହଣ କରିବା ପୂର୍ବରୁ ଜଡିତ ସମସ୍ତ କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଯୋଗ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.