ETV Bharat / sukhibhava

Diwali 2023: ବାଣ ଫୁଟି ସୀସା ଆଖିରେ ପଡ଼ିଲେ ଆପଣାନ୍ତୁ ଏହି ଉପାୟ

author img

By ETV Bharat Odisha Team

Published : Nov 2, 2023, 11:36 AM IST

Diwali 2023
Diwali 2023

ଦୀପାବଳିରେ ଆଖିର ଯତ୍ନ ନେବା ନିହାତି ଜରୁରୀ ଅଟେ। ବାଣ ଫୁଟି ଆଖିରେ ପଡ଼ିଲେ କଣ କରିବେ? ଜାଣିବା ପାଇଁ ପଢନ୍ତୁ ପୁରା ଖବର

ହାଇଦ୍ରାବାଦ: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ସାରା ଦେଶରେ ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରିଥାଆନ୍ତି । ଦୀପାବଳୀକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ସମସ୍ତେ ଏହାକୁ ଉତ୍ସାହାର ସହକାରେ ଅପେକ୍ଷା କରି ରହିଥାଆନ୍ତି । ବାଣର ଶବ୍ଦ ଏବଂ ଚମକମ ଆଲୋକ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଏହି ପର୍ବରେ ବଜାରରେ ରଙ୍ଗୋଲି, ଭଳିକି ଭଳି ମିଠା, ଦୀପ ଏବଂ ବାଣର ପସରା ମେଲିଥାଏ । ବାଣ ଫୁଟାଇବା ପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି । କିନ୍ତୁ ଅନେକ ସମୟରେ ଅସାବଧାନତା ଯୋଗୁଁ ବାଣରେ ହାତରେ କିମ୍ବା ଆଖିରେ ଫୁଟିବା ଖବର ଆସେ । ତେଣୁ ବାଣ ଫୁଟାଇବା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ପ୍ରାୟତଃ ବାଣ ଫୁଟାଇବା ସମୟରେ ଆଖିରେ ସୀସା ପଡିବା ଖବର ସାମ୍ନାକୁ ଆସିଥାଏ । ତେବେ ଜାଣନ୍ତୁ ଏଭଳି ପରିସ୍ଥିତିରେ ପ୍ରଥମେ କଣ କରିବେ...

ଆରୋଗ୍ୟ ଅପେକ୍ଷା ପ୍ରତିରୋଧ ଭଲ: ଦୀପାବଳିରେ ଇକୋ-ଫ୍ରେଣ୍ଡଲି ବାଣ ବାଛନ୍ତୁ । ଏହାସହ ଚଷମା ଏବଂ ବାଣ ଫୁଟାଇବା ସମୟରେ ଦୂରତା ବଜାୟ ରଖନ୍ତୁ । ଅନ୍ୟପଟେ ପିଲାମାନଙ୍କୁ ବାଣଠାରୁ ଦୂର ରଖିଲେ ଦୁର୍ଘଟଣାର ଆଶଙ୍କାକୁ କମ୍‌ କରାଯାଇ ପାରିବ ।

ଆଘାତ ଲାଗିଲେ ଭୟ ନକରି ଶାନ୍ତ ରୁହନ୍ତୁ: ଯଦି ଆପଣଙ୍କୁ ବାଣ ଫୁଟାଇଲା ବେଳେ ଆଘାତ ଲାଗିଛି ତେବେ ଧୌର୍ଯ୍ୟହରା ନହୋଇ ଶାନ୍ତ ହୁଅନ୍ତୁ । ଭୟଭୀତ ନହୋଇ ଶାନ୍ତ ରହିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଭୟଭୀତ କାରଣରୁ ପରିସ୍ଥିତି ଆହୁରି ବିଗିଡିବାର ସମ୍ଭାବନା ଅଧିକ ରହିଥାଏ ।

ଆଖିକୁ ଘଷନ୍ତୁ ନାହିଁ: ଯେଉଁ ଆଖିକୁ ଆଘାତ ଲାଗିଛି ତାହାକୁ ଅଧିକ ଘଷନ୍ତୁ ନାହିଁ। କାରଣ ବାରମ୍ବାର ଆଖିକୁ ଛୁଇଁବା ଦ୍ବାରା ଆଖିର ସମସ୍ୟା ଆହୁରି ବୃଦ୍ଧି ହୋଇପାରେ।

ଏହା ମଧ୍ୟ ପଢନ୍ତୁ: Post Diwali Detox: ପାର୍ବଣ ପରେ ଏହିପରି ବଜାୟ ରଖନ୍ତୁ ଶାରୀରିକ ସୁସ୍ଥତା

ଆଖିକୁ ଶୁଦ୍ଧ ଏବଂ ଥଣ୍ଡା ପାଣରେ ଧୁଅନ୍ତୁ: ଯଦି ଆଖରେ କୌଣସି ସୀସା ପଶିଯାଇଛି, ତେବେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ବାରା ଆଖିର ମଇଳା ବାହାରି ଆସିବ । କିନ୍ତୁ ଟ୍ୟାପ ପାଣିର ବ୍ୟବହାରଠାରୁ ଦୂରେଇ ରୁହ ନ୍ତୁ। କାରଣ ଟ୍ୟାପ୍‌ ପାଣିର ଅପରିଷ୍କାରତା ଯୋଗୁଁ ଆଖି ଆହୁରି ଅଧିକା ପୋଡ଼ିପାରେ ।

ଆଘାତ ଆଖିକୁ ଘୋଡାଇ ରଖନ୍ତୁ: ଆଘାତ ଲାଗିବା ପରେ ଆଖିକୁ ଘୋଡାଇ ରଖନ୍ତୁ । ଏହା ଦ୍ବାରା ଆଖିରେ ଅଧିକ ଜ୍ବଳନ ହେବ ନାହିଁ ।

ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ: ଯଦି ଆଖିରେ କୌଣସି ପ୍ରକାର ସମସ୍ୟା ଦେଖାଯାଉଛି ତେବେ ଚିକିତ୍ସାରେ ବିଳମ୍ବ କରନ୍ତୁ ନାହିଁ। ଏପରିକି ସାମାନ୍ୟ ଚିକିତ୍ସାର ଅଭାବ କାରଣରୁ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପଡିପାରେ । ତେଣୁ ଆଖି ସମ୍ବନ୍ଧୀୟ ସମସ୍ୟା ଦେଖାଦେଲେ ପ୍ରଥମେ ଆଖି ଡାକ୍ତରଙ୍କ ସହ ସମ୍ପର୍କ କରି ପୁଙ୍ଖାନୁପୁଙ୍ଖ ପରୀକ୍ଷା ସହ ଚିକିତ୍ସା ଗ୍ରହଣ କରନ୍ତୁ ।

ଆଖିରେ ଆଘାତ ଲାଗିଲେ କଣ କରିବା ଅନୁଚିତ:

ଆଘାତକୁ ଅଣଦେଖା କରନ୍ତୁ ନାହିଁ: ଆଖିରେ ଆଘାତ ଲାଗିବା ସତ୍ତ୍ବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ବାରମ୍ବାର ଛୁଇଁବାଠାରୁ ଦୂରେଇ ରୁହନ୍ତୁ ।

ନିଜେ ନିଜେ ଚିକିତ୍ସା କରନ୍ତୁ ନାହିଁ: ଡାକ୍ତରଙ୍କ ପରାମର୍ଶ ବିନା ଆଇଡ୍ରପ୍‌ କିମ୍ବା ମଲମଠାରୁ ଦୂରେଇ ରୁହନ୍ତୁ । ଏହା ପରିସ୍ଥିତିକୁ ଆହୁରି ଜଟିଳ କରିପାରେ । ଯଦି ସୀସା ଆଖିରେ ପଡ଼ି ବାହାରି ନାହିଁ, ତେବେ ନିଜେ ବାହାର କରନ୍ତୁ ନାହିଁ । ନିଜେ ବାହାର କରିବା ପରିବର୍ତ୍ତେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.